ନିବେଶର ନୂଆ ରଣନୀତି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’

Advertisment

ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକମାନଙ୍କ ଲାଗି ଏକ ନୂଆ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି। ତାହା ହେଉଛି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’। ଏଥ‌ିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢ଼ିବାର ସମ୍ଭାବନା ରହିଛି।

ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକମାନଙ୍କ ଲାଗି ଏକ ନୂଆ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି। ତାହା ହେଉଛି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’। ଏଥ‌ିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢ଼ିବାର ସମ୍ଭାବନା ରହିଛି।

ffsfsfhs

ଭୁବନେଶ୍ବର: ନିବେଶ ଜରିଆରେ ପାଣ୍ଠି ସୃଷ୍ଟି କରିବାକୁ ଆଗ୍ରହୀ ନିବେଶକମାନଙ୍କ ଲାଗି ଏକ ନୂଆ ରଣନୀତି ବେଶ୍ ଚର୍ଚ୍ଚାରେ ରହିଛି। ତାହା ହେଉଛି ‘ମୋମେଣ୍ଟମ୍ ଇନ୍‌ଭେଷ୍ଟିଂ’। ଏଥ‌ିରେ ସେଭଳି ସମ୍ପତ୍ତିକୁ ଚିହ୍ନଟ ଓ ଚୟନ କରାଯାଉଛି ଯାହା ଆଗକୁ ବଢ଼ିବାର ସମ୍ଭାବନା ରହିଛି। ପାରମ୍ପରିକ ନିବେଶଠାରୁ ଏହା ଭିନ୍ନ। ଏଥି‌ରେ ଉଚ୍ଚା ଦାମ୍‌ରେ କିଣିବା ଓ ଉଚ୍ଚା ଦାମ୍‌ରେ ବିକିବା ଉପରେ ଧ୍ୟାନ ଦିଆଯାଇଥାଏ ବୋଲି ଆକ୍ସିସ୍ ମ୍ୟୁଚୁଆଲ୍ ଫଣ୍ଡ୍‌ର ଫଣ୍ଡ୍‌ ମ୍ୟାନେଜର କାର୍ତ୍ତିକ କୁମାର କହିଛନ୍ତି। ଏହି ରଣନୀତିକୁ ନେଇ ନୂଆ ଫଣ୍ଡ୍‌ ଆସିଲାଣି ଯାହାକୁ ନିବେଶକମାନେ ନିଜ ପୋର୍ଟଫୋଲିଓରେ ଯୋଡ଼ିପାର‌ିବେ।

ସେ କହିଛନ୍ତି ଯେ ବଜାରରେ ଯେଉଁ ଷ୍ଟକ୍‌ଗୁଡ଼ିକ ବର୍ତ୍ତମାନ ସ୍ଥିତିରେ ଆଗକୁ ବଢ଼ୁଛନ୍ତି, ସେଥିରେ ନିବେଶ କରି ସ୍ବଳ୍ପରୁ ମଧ୍ୟମକାଳୀନ ଲାଭ ହାସଲ କରାଯାଇପାରିବ। ଯେହେତୁ ଭାରତୀୟ ବଜାର ଭଲ ପ୍ରଦର୍ଶନ କରୁଛି, ତେଣୁ ଏହି ରଣନୀତି ଆଧାରରେ ନିବେଶକମାନେ ଅଧିକ ରିଟର୍ଣ୍ଣ ପାଇପାରିବେ। ଏଥିରୁ କିନ୍ତୁ ଲାଭ ସହିତ ବିପଦ ବି ରହିଛି ଯାହାକୁ ସଠିକ୍ ଢଙ୍ଗରେ ପରିଚାଳନା କରିବାକୁ ପଡ଼ିବ। ମୋମେଣ୍ଟମ୍‌ ପୋର୍ଟଫୋଲିଓରେ ଥିବା ଷ୍ଟକ୍‌ଗୁଡ଼ିକ ବେଶ୍‌ ସମ୍ବେଦନଶୀଳ ଯାହା ବଜାରରେ କୌଣସି ଘଟଣା ଘଟିଲେ ତାହା ଦ୍ବାରା ପ୍ରଭାବିତ ହେବା ଆଶଙ୍କା ରହିଛି। ‌ମୋମେଣ୍ଟମ୍ ଇନଭେଷ୍ଟିଂ ନିବେଶକମାନଙ୍କୁ ଏକ ସ୍ବତନ୍ତ୍ର ରଣନୀତି ପ୍ରଦାନ କରୁଛି ଯାହା ପୋର୍ଟଫୋଲିଓରେ ସନ୍ତୁଳନ ରକ୍ଷା କରିବାରେ ସହାୟକ ହୋଇପାରିବ। ତେବେ ଏହା କିଭଳି କାର୍ଯ୍ୟ କରୁଛି ତାହା ଭଲ ଭାବେ ବୁଝିବା ପରେ ତାହାକୁ ଗ୍ରହଣ କଲେ ନିବେଶକ ଲାଭବାନ ହୋଇପାରିବେ। ମୋଟ ଉପରେ କହିଲେ ବଜାରରେ ଯେଉଁମାନେ ଆଗକୁ ବଢ଼ୁଛନ୍ତି ସେମାନଙ୍କ ଉପରେ ଧ୍ୟାନ ଦେଇ ଏହି ନିବେଶରେ ଅଧିକ ରିଟର୍ଣ୍ଣ ହାସଲ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe