ମୁମ୍ବାଇ/ଭୁବନେଶ୍ବର: ବର୍ଷକ ପୂର୍ବେ କ୍ଲାସିକ୍ ଲିଜେଣ୍ଡସ୍ ପ୍ରାଇଭେଟ ଲିମିଟେଡ ଏହାର କ୍ଲାସିକ୍ ମୋଟର ସାଇକଲ୍ ସହିତ ଯାତ୍ରା ଆରମ୍ଭ କରିଥିଲା। ଆଜି କ୍ଲାସିକ୍ ଲିଜେଣ୍ଡସ୍ ପକ୍ଷରୁ ଏହାର ପ୍ରଥମ ବାର୍ଷିକୀ ପାଳନ କରୁଥିବାବେଳେ ପ୍ରତିଶ୍ରୁତି ମୁତାବକ ନୂଆ ଜାୱା ପୈରାକ୍ର ଉନ୍ମୋଚନ କରିଛି। ପୈରାକ୍କୁ ଉନ୍ମୋଚନ କରିବା ପୂର୍ବରୁ କ୍ଲାସିକ୍ ଲିଜେଣ୍ଡସ୍ ପକ୍ଷରୁ ଗତ ବର୍ଷକର ସଫଳତାକୁ ବର୍ଣ୍ଣନା କରାଯାଇଛି। ଏହି ଅବସରରେ ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କ୍ଲାସିକ ଲିଜେଣ୍ଡସ୍ର ନିର୍ଦ୍ଦେଶକ ଅନୁପମ ଥରେଜା ପ୍ରମୁଖ ଉପସ୍ଥିତ ଥିଲେ। ନୂଆଦିଲ୍ଲୀରେ ଜାୱା ପୈରାକ୍ର ଏକ୍ସ ସୋରୁମ୍ ମୂଲ୍ୟ ୧,୯୪,୫୦୦ ଟଙ୍କା ଥିବାବେଳେ ଆସନ୍ତା ବର୍ଷ ପହିଲାରୁ ଏହାର ଅନଲାଇନ ବୁକିଂ ଆରମ୍ଭ ହେବ।
ଜାୱା ପୈରାକ୍ର ଉତ୍ପାଦନ ଭର୍ସନ ଉନ୍ମୋଚିତ
Advertisment
Follow Us