୭୫ତମ ବାର୍ଷିକୀରେ ମହିନ୍ଦ୍ରା ଆଣିଲା ‘ଥର୍‌’, ଦାମ୍ ୯.୮୦ ଲକ୍ଷ ଟଙ୍କାରୁ ଆରମ୍ଭ

Advertisment
୭୫ତମ ବାର୍ଷିକୀରେ ମହିନ୍ଦ୍ରା ଆଣିଲା ‘ଥର୍‌’, ଦାମ୍ ୯.୮୦ ଲକ୍ଷ ଟଙ୍କାରୁ ଆରମ୍ଭ

News18.com

ମୁମ୍ବାଇ : ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ର‌ା ଏହାର ୭୫ତମ ବାର୍ଷିକୀରେ ନୂଆ ଏସ୍‌ୟୁଭି ‘ଥର୍‌’କୁ ଉନ୍ମୋଚନ କରିଛି। ଏହା ଏଏକ୍ସ ଓ ଏଲ୍‌ଏକ୍ସ ଭଳି ଦୁଇଟି ସିରିଜ୍‌ରେ ଉପଲବ୍ଧ ହୋଇଛି। ଏଏକ୍ସ ସିରିଜ୍‌ ମଡେଲ୍‌ର ଏକ୍ସ ସୋ’ରୁମ୍ ଦାମ୍ ୯.୮୦ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏଲ୍‌ଏକ୍ସ ସିରିଜ୍‌ ମଡେଲ୍‌ର ଦାମ୍ ୧୨.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଗ୍ରାହକମାନେ ମହିନ୍ଦ୍ରା ଡିଲରସିପ୍ କିମ୍ବା କଂପାନିର ୱେବସାଇଟ୍‌ରେ ଥର୍‌ର ବୁକିଙ୍ଗ୍‌ କରିପାରିବେ। ସାରା ଦେଶରେ ପର୍ଯ୍ୟାୟକ୍ରମେ ଏହା ଟେ‌ଷ୍ଟ୍‌ ଡ୍ରାଇଭ୍ ପାଇଁ ଉପଲବ୍ଧ ହେବ। ନଭେମ୍ବର ୧ରୁ ଡେଲିଭରି ଆରମ୍ଭ କରାଯିବ। ନୂଆ ଥର୍‌ରେ ରହିଛି ବିଏସ୍-୬ ମାନର ଇଞ୍ଜିନ, ୬ ସ୍ପିଡ୍‌ ମାନୁଆଲ୍‌ କିମ୍ବା ଅଟୋମେଟିକ୍ ଟ୍ରାନ୍ସମିସନ, ୪ଟି ସିଟ୍‌, ୧୭.୬୭ ସେମିର ଟଚ୍‌ ସ୍କ୍ରିନ୍, କ୍ରୁଜ୍ କଣ୍ଟ୍ରୋଲ୍‌, ରୁଫ୍‌ ମାଉଣ୍ଟେଡ୍‌ ସ୍ପିକର୍, ଡୁଆଲ୍‌ ଏୟାରବ୍ୟାଗ୍, ଏବିଏସ୍‌ ସହ ଇବିଡି ଓ ହିଲ୍‌ ହୋଲ୍‌ଡ ଭଳି ସୁବିଧା। ଏହାର ଉପରି ଭାଗକୁ ବଦଳାଇ ହେବ। ଉଭୟ ହାର୍ଡ ଟପ୍ ଓ ସଫ୍‌ଟ ଟପ୍ ବିକଳ୍ପରେ ଏହା ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe