ଭଲ୍‌ଭୋ କାର୍‌ସର ନୂଆ ଏମ୍‌ଡି

Advertisment
ଭଲ୍‌ଭୋ କାର୍‌ସର ନୂଆ ଏମ୍‌ଡି

ଭୁବନେଶ୍ୱର: ଭାରତ ପାଇଁ ଭଲଭୋ କାର ପକ୍ଷରୁ ଚାର୍ଲସ ଫ୍ରମ୍ପ୍‌ଙ୍କୁୁ ପରିଚାଳନା ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଛି। ସେ ନିଜର କାର୍ଯ୍ୟଭାର ଚଳିତ ମାସ ୩ ତାରିଖରୁ ଗ୍ରହଣ କରିଛନ୍ତି। ଚାର୍ଲସ ଫ୍ରମ୍ପ ଅଟୋମୋଟିଭ ଉଦ୍ୟୋଗରେ ୧୭ ବର୍ଷ ଧରି କାର୍ଯ୍ୟ କରିଥିବାବେଳେ ଭଲଭୋ କାର୍‌ ସହିତ ୮ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିସାରିଛନ୍ତି। ଚାର୍ଲସ ବିଭିନ୍ନ ବଜାର ଯେପରିକି ଜାପାନ, ଚୀନ, ଆମେରିକା ଏବଂ ସ୍ୱିଡେନରେ ମଧ୍ୟ କାର୍ଯ୍ୟ କରିଛନ୍ତି। ବଜାରକୁ ନେଇ ତାଙ୍କର ରହିଥିବା ଅନୁଭୂତି କମ୍ପାନିର ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe