ହ୍ବାଟ୍‌ସଆପ୍‌ର ଲାଟେଷ୍ଟ୍‌ ଆଣ୍ଡ୍ରଏଡ୍‌ ଭର୍ସନରେ ନୂଆ ମଲ୍‌ଟି ଡିଭାଇସ୍‌ ଫିଚର୍‌

Advertisment
ହ୍ବାଟ୍‌ସଆପ୍‌ର ଲାଟେଷ୍ଟ୍‌ ଆଣ୍ଡ୍ରଏଡ୍‌ ଭର୍ସନରେ ନୂଆ ମଲ୍‌ଟି ଡିଭାଇସ୍‌ ଫିଚର୍‌

ani

ୱାଶିଂଟନ: ଲୋକପ୍ରିୟ ମେସେଜିଂ ଆପ୍‌  ହ୍ବାଟ୍‌ସଆପ୍‌ ତା’ର ଲାଟେଷ୍ଟ୍‌ ଆଣ୍ଡ୍ରଏଡ୍‌ ବେଟା ଭର୍ସନରେ ନୂଆ ମଲ୍‌ଟି ଡିଭାଇସ୍‌ ଫିଚର୍‌ ଲଞ୍ଚ୍‌ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ନୂଆ ଫିଚର୍‌ ଜରିଆରେ ବ୍ୟବହାରକାରୀମାନେ ଗୋଟାଏ ହ୍ବାଟ୍‌ସଆପ୍‌ ଆକାଉଣ୍ଟ୍‌କୁ ବିଭିନ୍ନ ମୋବାଇଲ୍‌ରେ ଚଳାଇ ପାରିବେ। ଏହି ନୂଆ ଫିଚ୍‌ର ଜରିଆରେ ବ୍ୟବହାରକାରୀମାନେ ଗୋଟାଏ ଆକାଉଣ୍ଟ୍‌କୁ ଉଭୟ ମୋବାଇଲ୍‌ ଓ ଟାବ୍‌ଲେଟ୍‌ରେ ବି ବ୍ୟବହାର କରିପାରିବେ। ଗତ ମାସରେ କମ୍ପାନି ପକ୍ଷରୁ କୁହାଯାଇଥିଲା କି ‘ଏହି ନୂଆ ଫିଚର୍‌କୁ ହ୍ବାଟ୍‌ସଆପ୍‌ ଖୁବ୍ ପ୍ରଧାନ୍ୟ ଦେଉଛି।’

ହ୍ବାଟ୍‌ସଆପ୍‌ର ଏହି ନୂଆ ଫିଚର୍‌ ଜରିଆରେ ଯେଉଁ ଯେଉଁ ମୋବାଇଲ୍‌ କିମ୍ବା ଟାବ୍‌ଲେଟ୍‌ରେ ଆକାଉଣ୍ଟ୍‌ ଖୋଲା ଯାଇଥିବ ସେ ସମସ୍ତ ସ୍ଥାନକୁ ଏକକାଳୀନ ମେସେଜ୍‌ ଯିବ। ଯାହାବି ହେଉ, ଫିଚର୍‌ଟି ଏବେ ସୁଦ୍ଧା ଉପଲବ୍ଧ ହୋଇନାହିଁ। ଏହା ଉପରେ କାମ ଚାଲିଛି। ଫିଚର୍‌ ପୂରା ହୋଇଯିବା ପରେ କମ୍ପାନି ରିଲିଜ୍‌ ତାରିଖ ଘୋଷଣା କରିବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe