Image Courtesy of The Statesman
ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତ୍ରରେ ହଠାତ୍ ‘ଏନ୍ଡିଟିଭି’ର ନୂଆ ବୋର୍ଡ ‘ନୂଆ ଦିଲ୍ଲୀ ଟେଲିଭିଜନ୍ ଲିମିଟେଡ୍’ (ଏନ୍ଡିଟିଭି)ର ପ୍ରସାରକ ‘ଆର୍ଆର୍ପିଆର୍ ହୋଲ୍ଡିଙ୍ଗ୍ ପ୍ରାଇଭେଟ୍ ଲିମିଟେଡ୍’ର (ଆର୍ଆର୍ପିଆର୍) ନିର୍ଦେଶକ ପଦରୁ ପ୍ରଣୟ ରାୟ ଓ ରାଧିକା ରାୟଙ୍କ ଇସ୍ତଫା ମଞ୍ଜୁର କରିଛି।
ଏହାର ଅର୍ଥ ‘ଏନ୍ଡିଟିଭି’ର ସାମ୍ପ୍ରତିକ ତଥା ଦୀର୍ଘ ଦିନର ପ୍ରସାରକ ଓ ପରିଚାଳକମାନେ କମ୍ପାନି ଛାଡ଼ିଛନ୍ତି। ଏଭଳି ଭାବେ ଅଦାନୀ ଗ୍ରୁପ୍ର ଦାୟିତ୍ବ ଗ୍ରହଣ ପୂର୍ଣ୍ଣ ହୋଇଛି।
ନୂଆ ବୋର୍ଡ ତୁରନ୍ତ ସଞ୍ଜୟ ପୁଗଲିଆ ଏବଂ ସେନ୍ତିଲ୍ ଚେଙ୍ଗାଲବରଣ୍ୟଙ୍କୁ ‘ଆର୍ଆର୍ପିଆର୍ଏଚ୍’ ବୋର୍ଡର ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି।
Image Courtesy of IBTimes Indiaଉଲ୍ଲେଖଯୋଗ୍ୟ, ‘ଏନ୍ଡିଡିଭି’ର ପ୍ରସାରଣକାରୀ ପ୍ରତିଷ୍ଠାନ ‘ଆର୍ଆର୍ପିଆର୍ ହୋଲ୍ଡିଙ୍ଗ୍’ ସୋମବାର ଦିନ କହିଥିଲା ଯେ, ପ୍ରତିଷ୍ଠାନ ୯୯.୫% ଅଂଶଧନକୁ ନେଇ ସଂଗୃହୀତ ପାଣ୍ଠିକୁ ଅଦାନୀ ଗ୍ରୁପ୍ ମାଲିକାନାରେ ଥିବା ‘ବିଶ୍ବପ୍ରଧାନ କମର୍ସିଆଲ୍’କୁ (ଭିସିପିଏଲ୍) ହସ୍ତାନ୍ତର କରିଛି। ଏଥିସହ ଅଦାନୀ ଗ୍ରୁପ୍ ‘ଏନ୍ଡିଟିଭି’କୁ ଔପଚାରିକ ଭାବେ ଅଧିଗ୍ରହଣ କରିଛି।
ଏହି ସେୟାର୍ ହସ୍ତାନ୍ତରଦ୍ବାରା ‘ଏନ୍ଡିଡିଭି’ରେ ଅଦାନୀ ଗ୍ରୁପ୍ ୨୯.୧୮% ଅଂଶଧନ ଉପରେ ନିୟନ୍ତ୍ରଣ ରହିବ। ଏହି ଗଣମାଧ୍ୟମ ଆଉ ୨୬% ଅଂଶଧନ ପାଇଁ ଫାର୍ମ ନଭେମ୍ବର ୨୨ରେ ‘ଓପେନ୍ ଅଫର୍’ ଆରମ୍ଭ କରିଛି। ଏହା ଡିସେମ୍ବର ୫ରେ ବନ୍ଦ ହେବ। ‘ଏକ୍ସଚେଞ୍ଜ୍ ଡାଟା’ରୁ ମିଳିଥିବା ତଥ୍ୟ ଅନୁସାରେ, ଏପର୍ଯ୍ୟନ୍ତ ୫.୩ ନିୟୁତ ସେୟାର୍ ପାଇଁ ଟେଣ୍ଡର୍ କରିଛନ୍ତି।
Follow Us