ଭୁବନେଶ୍ବର: ଭିକୋ ବଜ୍ରଦନ୍ତି ଏବେ ନୂଆ ପ୍ୟାକ୍ରେ ବଜାରରେ ଉପଲବ୍ଧ ହେଉଛି। ଏହି ପେଷ୍ଟ୍ରେ ଅଠର ପ୍ରକାରର ଜଡ଼ିବୁଟିର ସମାହାର ରହିଛି ଯାହା ଦାନ୍ତକୁ ଜୀବାଣୁ ଠାରୁ ସୁରକ୍ଷା ପ୍ରଦାନ କରୁଥାଏ ଏବଂ ଏହାର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନାହିଁ ବୋଲି କଂପାନି ପକ୍ଷରୁ ଦାବି କରାଯାଇଛି। ଏହା ଉଭୟ ଦାନ୍ତ ଓ ମାଢ଼ିକୁ ସୁରକ୍ଷା ପ୍ରଦାନ କରିଥାଏ। ଏଥିରେ ଫ୍ଲୋରାଇଡ୍ କିମ୍ବା ଟ୍ରାଇକ୍ଲୋସାନ୍ ଭଳି କୌଣସି ପ୍ରକାରର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇନାହିଁ ବୋଲି କଂପାନି ପକ୍ଷରୁ କୁହାଯାଇଛି।
ନୂଆ ପ୍ୟାକ୍ରେ ଭିକୋ ବଜ୍ରଦନ୍ତି ପେଷ୍ଟ୍
Advertisment
Follow Us