ନୂଆ ସଂସଦ ଭବନ ଉଦ୍‌ଘାଟନ, ଆସିବ ୭୫ ଟଙ୍କିଆ କଏନ୍‌

Advertisment
ନୂଆ ସଂସଦ ଭବନ ଉଦ୍‌ଘାଟନ, ଆସିବ ୭୫ ଟଙ୍କିଆ କଏନ୍‌

India Posts English

ନୂଆଦିଲ୍ଲୀ: ଚଳିତ ମାସ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବେ। ଏହାକୁ ନେଇ ସାରା ଦେଶରେ ଉତ୍ସାହ ଲାଗି ରହିଥିବା ବେଳେ ଅର୍ଥ ମନ୍ତ୍ରାଳୟ ପଛରେ ରହିବାକୁ ଚାହୁନାହିଁ। ସଂସଦ ଭବନ ଉଦ୍‌ଘାଟନ ପରିପ୍ରେକ୍ଷୀରେ ମନ୍ତ୍ରାଳୟ ପକ୍ଷରୁ ସ୍ବତନ୍ତ୍ର ୭୫ ଟଙ୍କିଆ କଏନ୍ (ମୁଦ୍ରା) ଜାରି କରାଯିବ। ଏହି କଏନ ଭାରତର ୭୫ ବର୍ଷର ସ୍ବାଧୀନତାକୁ ଦର୍ଶାଇବ। ଏହାର ଗୋଟିଏ ପାର୍ଶ୍ବରେ ଅଶୋକ ସ୍ତମ୍ଭର ସିଂହ ଓ ତଳ ଭାଗରେ ‘ସତ୍ୟମେବ ଜୟତେ’ ଲେଖା ରହିବ। ଅପର ପାର୍ଶ୍ବରେ ରହିବ ଦେବନାଗରୀ ଲିପିରେ ଲେଖା ‘ଭାରତ’ ଓ ଇଂରାଜିରେ ‘ଇଣ୍ଡିଆ’ ରହିବ। କଏନ୍‌ରେ ସଂସଦର ଛବି ସହିତ ଦେବନାଗରି ଲିପିରେ ସଂସଦ ସଙ୍କୁଳ ଓ ଇଂରାଜିରେ ପାର୍ଲାମେଣ୍ଟ୍‌ କମ୍ପ୍ଲେକ୍ସ ଲେଖା ରହିବ। ୩୫ ଗ୍ରାମ ଓଜନର ଏହି କଏନ୍‌କୁ ଚାରି ପ୍ରକାର ଧାତବ ପଦାର୍ଥରେ ତିଆରି କରାଯାଇଛି। ସେଥିରେ ୫୦% ରୁପା, ୪୦% ତମ୍ବା, ୫% ନିକେଲ ଓ ୫% ଦସ୍ତା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe