ନୂଆ ଉତ୍ପାଦ: ଜେଡ୍‌ ବ୍ଲାକ୍‌ ଲକ୍‌ଜୁରି ଧୂପକାଠି

Advertisment
ନୂଆ ଉତ୍ପାଦ: ଜେଡ୍‌ ବ୍ଲାକ୍‌ ଲକ୍‌ଜୁରି ଧୂପକାଠି

ମହୀଶୂର ଡିପ୍‌ ପରଫ୍ୟୁମରି ହାଉସ୍‌ (ଏମ୍‌ଡିପିଏଚ୍‌) ପକ୍ଷରୁ ଓଡ଼ିଶା ବଜାରରେ ନୂଆ ଜେଡ୍‌ ବ୍ଲାକ୍‌ ଲକ୍‌ଜୁରି ଧୂପକାଠିର ବଜାର ପ୍ରବେଶ କରାଯାଇଛି। ଓଡ଼ିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଏହାକୁ ଉନ୍ମୋଚନ କରିଛନ୍ତି। ପୂର୍ବରୁ ଓଡ଼ିଶାରେ କଂପାନି ବେଡ୍‌ ବ୍ଲାକ୍‌ ଅରିଜ୍‌ ଓ ମନ୍ଥନ-୧୦୦ ଧୁପକାଠି ବିକ୍ରି କରୁଥିଲା। ନୂଆ ଜେଡ୍‌ ବ୍ଲାକ୍‌ ଲକ୍‌ଜୁରି ଚାରିଟି ସୁଗନ୍ଧରେ ଉପଲବ୍ଧ ହେଉଛି। କଟକର ଜଗତପୁରଠାରେ କଂପାନିର ଫ୍ରାଞ୍ଚାଇଜି ଉତ୍ପାଦନ କାରଖାନା ରହିଛି ଯେଉଁଠାରେ ୧୦୦ରୁ ଅଧିକ ମହିଳା କାମ କରୁଛନ୍ତି। କଂପାନିର ନିର୍ଦେଶକ ଅଙ୍କିତ ଅଗ୍ରଓ୍ଵାଲ୍‌ କହିଛନ୍ତି ଯେ, ଆମ ଦେଶର ଧୁପକାଠି ବଜାରର ଆକାର ହେଉଛି ୫୦୦୦ କୋଟି ଟଙ୍କା। ଏହା ମୁଖ୍ୟତଃ ଗ୍ରାମୀଣ ବଜାର ଉପରେ ନିର୍ଭରଶୀଳ। ଅଗରବତୀ ବ୍ୟବସାୟ ଜରିଆରେ ଆମେ ଗ୍ରାମାଞ୍ଚଳରେ ଲୋକମାନଙ୍କୁ ଜୀବିକା ପ୍ରଦାନ କରୁଛୁ ବୋଲି ଅଙ୍କିତ କହିଛନ୍ତି।

ମୋଟୋ ଇ୫, ଇ୫ପ୍ଲସ୍‌

ମୋଟୋରୋଲା ପକ୍ଷରୁ ନୂଆ ମୋଟୋ ଇ୫ ଓ ଇ୫ ପ୍ଲସ୍‌ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରାଯାଇଛି। ଉଭୟ ଫୋନ୍‌ରେ କଂପାନି ଶକ୍ତିଶାଳୀ ବ୍ୟାଟେରି ଓ ବଡ଼ ସ୍କ୍ରିନ୍‌ ପ୍ରଦାନ କରୁଛି। ଫୋନ୍‌ରେ ୫୦୦୦ ଏମ୍‌ଏଏଚ୍‌ ବ୍ୟାଟେରି ପ୍ରଦାନ କରାଯାଉଛି। ଏଥିରେ ଥିବା ଅନ୍ୟ ବୈଶିଷ୍ଟ୍ୟଗୁଡ଼ିକ ହେଉଛି ଉନ୍ନତ କ୍ୟାମେରା, ଲେଜର ଅଟୋଫୋକସ୍‌ ଓ ଫିଙ୍ଗରପ୍ରିଣ୍ଟ୍‌ ସେନ୍‌ସର୍‌। ଏହି ଦୁଇ ଫୋନ୍‌ ଆମାଜନ୍‌ ଡଟ୍‌ ଇନ୍‌୍‌ ଓ ମୋଟୋ ହବ୍‌ରେ ଉପଲବ୍ଧ ହେଉଛି।

ଅନର ୯ଆଇ

ଅନର ପକ୍ଷରୁ ଆସନ୍ତା ୨୪ ତାରିଖରେ ଅନର ୯ ଆଇ ଫୋନ୍‌ର ବଜାର ପ୍ରବେଶ ଭାରତରେ ହେବା ଯୋଜନା ରହିଛି। କମ୍ପାନି ଏହି ଫୋନ୍‌କୁ ଭାରତରେ ୯ ଏକ୍ସ ନାମରେ ଉପଲବ୍ଧ କରାଇପାରେ। ଏହାର ମୂଲ୍ୟ ପାଖାପାଖି ୧୫ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ଚୀନ୍‌ରେ ଏହି ଫୋନ୍‌ର ମୂଲ୍ୟ ୧୪,୩୦୦ ଟଙ୍କାରୁ ୧୭,୪୦୦ ଟଙ୍କା ମଧ୍ୟରେ ରହିଛି। ଉକ୍ତ ଫୋନ୍‌ରେ ୫.୮୪ ଇଞ୍ଚର ଫୁଲ୍‌ ଏଚ୍‌ଡି ଡିସ୍‌ପ୍ଲେ ରହିଛି। ଅକ୍ଟାକୋର ହାଇସିଲିକନ୍‌ କିରିନ୍‌ ୬୫୯ ଚିପ୍‌ସେଟ୍‌ ଏହି ଫୋନ୍‌ରେ ଲାଗିଥିବାବେଳେ ୪ଜିବି ରାମ୍‌ ଏଥିରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe