ନୂଆ ଉତ୍ପାଦ: ଫାଷ୍ଟ୍‍ଟ୍ରାକ୍‌ର ୟୁନିଲେନ୍ସ ଚଷମା

Advertisment
ନୂଆ ଉତ୍ପାଦ: ଫାଷ୍ଟ୍‍ଟ୍ରାକ୍‌ର ୟୁନିଲେନ୍ସ ଚଷମା

ଖରାଦିନକୁ ଦୃଷ୍ଟିରେ ରଖି ଫାଷ୍ଟ୍‌ଟ୍ରାକ୍‌ ପକ୍ଷରୁ ୟୁନିଲେନ୍ସ ସନ୍‌୍‌ଗ୍ଲାସ୍‌ ସମ୍ଭାରକୁ ଉନ୍ମୋଚନ କରାଯାଇଛି। ଏଣ୍ଡ୍‌ ଟୁ ଏଣ୍ଡ୍‌ ସ୍କୋୟାର ଫ୍ରେମ୍‌ ଓ ପି୩ ଭଳି ଚଷମା ଏହି ସମ୍ଭାରରେ ରହିଛି। ଏହି ସମ୍ଭାରରେ ଥିବା ସନ୍‌ଗ୍ଲାସ୍‌ର ମୂଲ୍ୟ ୧୧୯୯ ଟଙ୍କାରୁ ୨୪୯୯ ଟଙ୍କା ମଧ୍ୟରେ ରହିଛି। ସହରାଞ୍ଚଳ ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଏହି ସମ୍ଭାରର ଚଷମାକୁ ପ୍ରସ୍ତୁତ କରାଯାଇଛି। ଏହା ଉଭୟ ଖୁଚୁରା ଷ୍ଟୋର୍‌ ଓ ଅନଲାଇନ୍‌ରେ ବିକ୍ରି ହେଉଛି।

ଭି-ଗାର୍ଡ ଏୟାର୍‌ କୁଲର୍‌
ଭି-ଗାର୍ଡ ପକ୍ଷରୁ ଓଡ଼ିଶାରେ ଏହାର ନୂଆ ଏୟାର କୁଲର୍‌ ବିକ୍ରି ଆରମ୍ଭ ହୋଇଛି। ଏହା ଡେଜର୍ଟ, ବ୍ୟକ୍ତିଗତ ଓ ଓ୍ଵିଣ୍ଡୋ ଭଳି ତିନି ବର୍ଗରେ ଉପଲବ୍ଧ ହେଉଛି। ଲୋକମାନଙ୍କ ଭିନ୍ନ ଭିନ୍ନ ଆବଶ୍ୟକତାକୁ ନଜରରେ ରଖି କୁଲର୍‌ଗୁଡ଼ିକର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଟେଟ୍ରା ଏୟାର ଫ୍ଲୋ କୁଲିଙ୍ଗ୍‌ ପ୍ରଯୁକ୍ତି, କ୍ଷୟ ପ୍ରତିରୋଧୀ ବ୍ଲେଡ୍‌ ଓ ଅନ୍‌-ଡ୍ରିପ୍‌ ଜଳ ପ୍ରବାହ ଭଳି ଅଭିନବ ବ୍ୟବସ୍ଥା ରହିଛି। କଂପାନିର ଏମ୍‌ଡି ମିଥୁନ ଚିତିିଲାପିଲି କହିଛନ୍ତି ଯେ, ଓଡ଼ିଶାରେ ଆମର କୁଲର୍‌ ରେଞ୍ଜ୍‌କୁ ଉନ୍ମୋଚନ କରି ଆମେ ବହୁତ ଆନନ୍ଦିତ। କୁଲର ଉପରେ ଏକ ବର୍ଷ ଓ ମୋଟର ପମ୍ପ୍‌ ଉପରେ ଦୁଇ ବର୍ଷର ଓ୍ଵାରେଣ୍ଟି ପ୍ରଦାନ କରାଯାଉଛି। ଏହି କୁଲର୍‌ଗୁଡ଼ିକର ମୂଲ୍ୟ ୬୯୯୦ ଟଙ୍କାରୁ ଆରମ୍ଭ ହୋଇଛି।

ଡୁକାଟିର ନୂଆ ବାଇକ୍‌
ଡୁକାଟି ଇଣ୍ଡିଆ ପକ୍ଷରୁ ନୂଆ ବାଇକ୍‌ ମନଷ୍ଟର ୮୨୧କୁ ଉନ୍ମୋଚନ କରାଯାଇଛି। ଏହାର ମୂଲ୍ୟ ସାଢ଼େ ନଅ ଲକ୍ଷ ଟଙ୍କା ରହିଛି। ନୂଆ ମନଷ୍ଟର ୮୨୧ର ଟାଙ୍କି ଏବଂ ପଛକୁ ନୂତନ ଭାବେ ପ୍ରସ୍ତୁତ କରି ତାହାକୁ ଆକର୍ଷଣୀୟ କରାଯାଇଛି। ଏହା କଳା ଓ ଲାଲ୍‌ ରଙ୍ଗରେ ଉପଲବ୍ଧ ହେବ। ଏହାର ହେଡ୍‌ଲାଇଟ୍‌ ବହୁତ ଷ୍ଟାଇଲିସ୍‌ ରହିଛି। ସାରା ବିଶ୍ୱରେ ମନଷ୍ଟର୍‌ ମଡେଲ୍‌ ଏହାର ୨୫ ବର୍ଷ ପୂର୍ତି ପାଳନ କରୁଥିବା ବେଳେ ଏହାର ନୂତନ ମଡେଲ୍‌କୁ ଭାରତରେ ଉନ୍ମୋଚନ କରି ଆମେ ବହୁତ ଆନନ୍ଦିତ ବୋଲି କଂପାନିର ଏମ୍‌ଡି ସେରଗି କାନୋଭାସ ଗାରିଗା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe