ତ୍ରିଶୁଳିଆରେ ନୂଆ ପ୍ରକଳ୍ପ ‘ମହାଦେବ ଗ୍ରିନ୍ସ’: ୨.୮ ଏକର ଜମିରେ ସ୍ଥାପନ କରାଯିବ

Advertisment
ତ୍ରିଶୁଳିଆରେ ନୂଆ ପ୍ରକଳ୍ପ ‘ମହାଦେବ ଗ୍ରିନ୍ସ’: ୨.୮ ଏକର ଜମିରେ ସ୍ଥାପନ କରାଯିବ

ଭୁବନେଶ୍ବର: ଭୁବନେଶ୍ବର ଓ କଟକର ମଧ୍ୟଭାଗରେ ଅବସ୍ଥିତ ତ୍ରିଶୁଳିଆରେ ରିଅଲ ଇଷ୍ଟେଟ୍‌ ସଂସ୍ଥା ମହାଦେବ ଗୃହ ନିର୍ମାଣ ପକ୍ଷରୁ ନୂଆ ପ୍ରକଳ୍ପ ‘ମହାଦେବ ଗ୍ରିନ୍ସ’ ଘୋଷଣା କରାଯାଇଛି। ଏହି ପ୍ରକଳ୍ପକୁ ୨.୮ ଏକର ଜମିରେ ସ୍ଥାପନ କରାଯିବ। ଚଳିତ ମାସରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ଏବଂ ୨୦୨୭ରେ ଗ୍ରାହକମାନଙ୍କୁ ଘର ହସ୍ତାନ୍ତର କରାଯିବ। ଏହି ପ୍ରକଳ୍ପରେ ୨୫୭ଟି ଆପାର୍ଟମେଣ୍ଟ୍‌ ରହିବ। ଆସନ୍ତାକାଲିଠାରୁ ଏହି ପ୍ରକଳ୍ପର ବୁକିଂ ଆରମ୍ଭ ହେବ। ପ୍ରକଳ୍ପରେ ୨ ବିଏଚ୍‌କେ, ୩ ବିଏଚ୍‌କେ, ୩.୫ ବି‌ଏଚ୍‌କେ ଓ ୪.୫ ବିଏଚ୍‌କେ ଫ୍ଲାଟ୍‌ ରହିବ। ଫ୍ଲାଟ୍‌ଗୁଡ଼ିକର ମୂଲ୍ୟ ୬୦.୭୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି।

ଏହି ଅବସରରେ କଂପାନିର ନିର୍ଦ୍ଦେଶକ ସୁନୀଲ କୁମାର ସରଳିଆ କହିଛନ୍ତି ଯେ ତ୍ରିଶୁଳିଆ ଟ୍ବିନ୍‌ ସିଟିର ପରବର୍ତ୍ତୀ ଆବାସିକ କେନ୍ଦ୍ର ଭାବେ ଉଭା ହୋଇଛି। ମହାଦେବ ଗ୍ରିନ୍‌ସକୁ ଏଠାରେ ସ୍ଥାପନ କରୁଥିବାରୁ ଆମେ ବେଶ ଉତ୍ସାହିତ। ଏହି ପ୍ରକଳ୍ପରେ କେବଳ ଘର ନୁହେଁ, ସମ୍ପୂର୍ଣ୍ଣ ଜୀବନଶୈଳୀ ପ୍ରଦାନ କରାଯାଉଛି। ପ୍ରକଳ୍ପର ଅଧିକାଂଶ ଫ୍ଲାଟ୍‌ ତିନି ପଟୁ ଖୋଲାରହିବ ଓ ପ୍ରାକୃତିକ ଆଲୋକ ମିଳିବ। ଏହି ପ୍ରକଳ୍ପରେ ଅଗ୍ନିନିର୍ବାପକ ବ୍ୟବସ୍ଥା, ୨୪ ଘଣ୍ଟିଆ ସିସିଟିଭି ନିରୀକ୍ଷଣ, ଇଣ୍ଟରକମ୍ ସୁବିଧା, ପର୍ଯ୍ୟଟକ ଓ ଆମ୍ବୁଲାନ୍ସ ପାର୍କିଂ, ବର୍ଷା ଜଳ ସଂରକ୍ଷଣ, ଶତ ପ୍ରତିଶତ ପାୱାର ବ୍ୟାକ୍‌ଅପ୍, ଇଭି ଚାର୍ଜିଂ ଆଉଟ୍‌ଲେଟ୍‌, ଜଳ ବିଶୋଧନ ପ୍ଲାଣ୍ଟ୍‌, ମେକାନିକାଲ୍ ଷ୍ଟାକ୍ ପାର୍କିଂ ରହିବ। କ୍ଲବ୍‌ ହାଉସ୍‌‌ରେ ସ୍ବିମିଂ ପୁଲ, ସଉନା, ଗେମ୍ ରୁମ୍, କାର୍ଡ ରୁମ୍ ଓ ପାଠାଗାର, ବ୍ୟାୟାମଶାଳା ଏବଂ ଅତିଥି ଗୃହ ରହିବ। ଏଥିରେ ୬୮ ପ୍ରତିଶତ ଖୋଲା ସ୍ଥାନ ଓ ପ୍ରାକୃତିକ ଲ୍ୟାଣ୍ଡ୍‌ସ୍କେପ୍ ବଗିଚା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe