ଜି ସାର୍ଥକରେ ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ ୨୧ରେ

Advertisment
ଜି ସାର୍ଥକରେ ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ ୨୧ରେ

ଭୁବନେଶ୍ବର : ଜୀ ସାର୍ଥକ ଫିଲ୍ମସରେ ରାକ୍ଷୀ ପୂର୍ଣ୍ଣିମା ଅବସରେ ନୂଆ ସିନେମା ‘ଏଇ ରାକ୍ଷୀ ତୋ ରକ୍ଷା କବଚ’ର ଅଡିଓ ରିଲିଜ ହୋଇଯାଇଛି। କ୍ଷୀରୋଦ ପଟ୍ଟନାୟକ ଏଥିରେ ପ୍ରଯୋଜନା କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର। ସଂଜୟ ନାୟକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନନ୍ୟା, ରିଷି ଓ ବିକ୍ରମ ଏବଂ ତାଙ୍କ ସହ ରାଜଦୀପଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ।

ହ୍ୟୁମାନ ସାଗର, ନେହା, ନିହାରିକା, କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ କବି ଓ ଶୁଭାଶିଷ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି। ଗୀତଗୁଡିକୁ ନିହାର ପ୍ରିୟାଶୀଷ ଓ ଡ. ଶୁଭ ଦାସ ଲେଖିଥିବା ବେଳେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଅନେକ ଦିନ ପରେ ରାକ୍ଷୀକୁ ନେଇ ଓଡିଆ ସିନେମା ନିର୍ମାଣ ହୋଇଥିବାରୁ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଉଛି। ଜୀ ସାର୍ଥକରେ ଚଳଚ୍ଚିତ୍ରଟି ଅଗଷ୍ଟ ୨୧ରେ ସନ୍ଧ୍ୟା ୬.୩୦ରେ ପ୍ରସାରିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe