ଆଜିଠୁ ଲାଗୁ ହେବ ଏସବୁ ନିୟମ, ‌‌ଲଟେରି ଉପରେ ୨୮% ଜିଏସ୍‌ଟି

ଏପ୍ରିଲରୁ ବ୍ୟାଙ୍କ ମିଶ୍ରଣ କାର୍ଯ୍ୟକାରୀ ହେବା ନେଇ ସନ୍ଦେହ, ଅଗଷ୍ଟରେ ଅର୍ଥମନ୍ତ୍ରୀ କରିଥି‌ଲେ ମିଶ୍ରଣ ଘୋଷଣା

imarticus.org

ନୂଆଦିଲ୍ଲୀ: ଆସନ୍ତାକାଲି ମାର୍ଚ୍ଚ ମାସ ୧ ତାରିଖ। ୧ ତାରିଖରୁ ବ୍ୟାଙ୍କ କାରବାରଠାରୁ ଆରମ୍ଭ କରି ଫାସ୍‌ଟ୍ୟାଗ୍‌ ପର୍ଯ୍ୟନ୍ତ କେତେକ ନିୟମ ବଦଳିଯିବ। ଏହାର ସିଧା ପ୍ରଭାବ ଲୋକଙ୍କ ଉପରେ ପଡ଼ିବ। ମାର୍ଚ୍ଚ ପହିଲାରୁ ବଦଳୁଥିବା କେତେକ ନିୟମ ଏଠାରେ ପ୍ରଦାନ କରାଯାଇଛି।

ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ କେୱାଇସି ବାଧ୍ୟତାମୂଳକ
ଷ୍ଟେଟ ବ୍ୟାଙ୍କର ଯେଉଁ ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କ ଖାତାର କେୱାଇସି ପୂରା କରିନାହାନ୍ତି ସେମାନେ ମାର୍ଚ୍ଚ ପହିଲାରୁ ଟଙ୍କା ଉଠାଇ ପାରିବେ ନାହିଁ। ଏଥିପାଇଁ ଷ୍ଟେଟ ବ୍ୟାଙ୍କର ଏହାର ଗ୍ରାହକଙ୍କୁ ଫେବ୍ରୁଆରି ୨୮ ତାରିଖ ସୁଦ୍ଦା କେୱାଇସିକୁ ସମ୍ପୂର୍ଣ୍ଣ କରିବା ପାଇଁ କହିଥିଲା। ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ଯେ, କେୱାଇସି ପୂରା କରି ନଥିବା ଗ୍ରାହକଙ୍କ ଖାତାକୁ ବ୍ଲକ୍ କରି ଦିଆଯିବ। ଫଳରେ ଗ୍ରାହକ ତାଙ୍କ ବ୍ୟାଙ୍କ ଖାତା ଜରିଆରେ କୌଣସି ପ୍ରକାର ବ୍ୟାଙ୍କିଙ୍ଗ୍ କାରବାର କରିପାରିବେ ନାହିଁ।

ଫାସ୍‌ଟ୍ୟାଗ୍‌ ପାଇଁ ଦେବାକୁ ହେବ ଅର୍ଥ
ସରକାର ଗାଡ଼ି ମାଲିକମାନଙ୍କୁ ଫେବ୍ରୁଆରି ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ମାଗଣା ଫାସଟ୍ୟାଗ୍ ଯୋଗାଇ ଦେଉଥିଲେ। ଏହି ଅବଧି ଆଜି ଶେଷ ହୋଇଯାଇଛି। ମାର୍ଚ୍ଚ ପହିଲାରୁ ଲୋକଙ୍କୁ ଫାସ୍‌ଟ୍ୟାଗ୍ ପାଇବା ପାଇଁ ୧୦୦ ଟଙ୍କା ଲେଖାଏଁ ଦେବାକୁ ପଡ଼ିବ।

ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍‌ରୁ ମିଳିବନି ୨୦୦୦ ଟଙ୍କିଆ
ଇଣ୍ଡିଆନ୍ ବ୍ୟାଙ୍କ ଏଟିଏମ୍‌ରୁ ମାର୍ଚ୍ଚ ପହିଲାରୁ ଆଉ ୨୦୦୦ ଟଙ୍କିଆ ନୋଟ୍ ମିଳିବ ନାହିଁ। ଇଣ୍ଡିଆନ୍ ବ୍ୟାଙ୍କ ଏହାର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ୍‌ର ଟ୍ରେ କାଢ଼ି ନେବାକୁ ନିଷ୍ପତ୍ତି ନେଇଛି। ଏହା ପରିବର୍ତ୍ତେ ଅଧିକ ସଂଖ୍ୟକ ୨୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ଏଟିଏମ୍‌ରେ ଭର୍ତ୍ତି କରିବ। ତେବେ ଯେଉଁମାନଙ୍କର ୨୦୦୦ ଟଙ୍କିଆ ନୋଟ ଦରକାର ସେମାନେ ବ୍ୟାଙ୍କ ଶାଖାରୁ ଏହି ନୋଟ୍ ପାଇପାରିବେ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂଆ ଆପ୍‌
ମାର୍ଚ୍ଚ ପହିଲାରୁ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପୁରୁଣା ଆପ୍ ଆଉ କାମ କରିବ ନାହିଁ। ଗତ କିଛିମାସ ହେଲା ବ୍ୟାଙ୍କ ପକ୍ଷରୁ ଉଭୟ ପୁରୁଣା ଏବଂ ନୂଆ ଆପ୍ ଗ୍ରାହକଙ୍କ ପାଇଁ ପ୍ଲେ ଷ୍ଟୋରରେ ଉପଲବ୍ଧ କରାଯାଇଛି। ଯଦି ଆପଣଙ୍କ ପୁରୁଣା ଫୋନ୍‌ରେ ପୁରୁଣା ଆପ୍ ରହିଛି ତାହାକୁ ଅନଇନଷ୍ଟଲ କରି ତାହା ସ୍ଥାନରେ ନୂଆ ଆପ୍ ଇନଷ୍ଟଲ କରନ୍ତୁ।

‌‌ଲଟେରି ଉପରେ ୨୮% ଜିଏସ୍‌ଟି
୧ ମାର୍ଚ୍ଚରୁ ଲଟେରି ଉପରେ ନୂଆ ଜିଏସ୍‌ଟି ନିୟମ ଲାଗୁ ହେବ। ୨୦୧୯ ଡିସେମ୍ବରରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି। ନୂଆ ନିୟମ ଅନୁଯାୟୀ ସବୁ ପ୍ରକାର ଲଟେରି ଉପରେ ୨୮% ଜିଏସଟି ଲାଗୁ ହେବ। ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ଲଟେରି ଉପରେ ୧୨ % ଜିଏସଟି ଆଦାୟ କରାଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe