ଏପ୍ରିଲ୍‌ରୁ ଡିଜିଟାଲ୍ ପେମେଣ୍ଟର ନୂଆ ନିୟମ

ଆସନ୍ତା ବର୍ଷ ଏପ୍ରିଲ୍‌ରୁ ଡିଜିଟାଲ୍ ପେମେଣ୍ଟ୍‌ ପ୍ରମାଣୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ବର୍ତ୍ତମାନ ସମୟରେ ମୋବାଇଲ୍‌ ନମ୍ବରରେ ଏସ୍‌ଏମ୍‌ଏସ୍‌ ଜରିଆରେ ଆସୁଥିବା ୱାନ୍ ଟାଇମ୍ ପାସ୍‌ୱାର୍ଡ....

digital payment

Photograph: (EY)

ମୁମ୍ବାଇ: ଆସନ୍ତା ବର୍ଷ ଏପ୍ରିଲ୍‌ରୁ ଡିଜିଟାଲ୍ ପେମେଣ୍ଟ୍‌ ପ୍ରମାଣୀକରଣ ପାଇଁ ନୂଆ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି। ବର୍ତ୍ତମାନ ସମୟରେ ମୋବାଇଲ୍‌ ନମ୍ବରରେ ଏସ୍‌ଏମ୍‌ଏସ୍‌ ଜରିଆରେ ଆସୁଥିବା ୱାନ୍ ଟାଇମ୍ ପାସ୍‌ୱାର୍ଡ (ଓଟିପି) ଦେଇ ଗ୍ରାହକମାନେ ପେମେଣ୍ଟ୍‌ କରିପାରୁଛନ୍ତି। କିନ୍ତୁ ଆସନ୍ତା ବର୍ଷରୁ ଦୁଇ ପ୍ରକାର ପ୍ରମାଣୀକରଣ ବ୍ୟବସ୍ଥା ଲାଗୁ ହେବ। ସାଇବର ଠକେଇରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ଏହି ବ୍ୟବସ୍ଥା କରାଯାଉଛି।

ନୂଆ ବ୍ୟବସ୍ଥାରେ ବ୍ୟବହାରକାରୀମାନେ ଜାଣିଥିବା ପାସ୍‌ୱାର୍ଡ, ଏସ୍‌ଏମ୍ଏସ୍‌ ଆଧାରିତ ଓଟିପି, ପିନ୍, ପାସ୍‌ଫ୍ରେଜ୍, କାର୍ଡ ହାର୍ଡୱେର, ସଫ୍ଟୱେର ଟୋକନ୍, ଫିଙ୍ଗରପ୍ରିଣ୍ଟ କିମ୍ବା ଅନ୍ୟ ଯେକୌଣସି ପ୍ରକାରର ବାୟୋମେଟ୍ରିକ୍ ତଥ୍ୟ ବ୍ୟବହାର କରିପାରିବେ। ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ ଭାବେ ଜଣାଇଛି ଯେ ଦୁଇ କାରକ ଆଧାରିତ ପ୍ରମାଣୀକରଣ ବାଧ୍ୟତାମୂଳକ ରହିବ ଏବଂ ଏସ୍‌ଏମ୍‌ଏସ୍‌ ଆଧାରିତ ଓଟିପିକୁ ବ୍ୟବହାର କରାଯାଇପାରିବ। ୨୦୨୪ ଫେବ୍ରୁଆରିରେ ରିଜର୍ଭ ବ୍ୟାଙ୍କ ଏ ଦିଗରେ ପ୍ରଥମ ପଦକ୍ଷେପ ନେଇଥିଲା। ନୂଆ ନିୟମରେ ପ୍ରଥମ ପ୍ରମାଣୀକରଣକୁ ପରିଚୟ ଏବଂ ଦ୍ବିତୀୟକୁ କାରବାର ସମ୍ପର୍କିତ ପ୍ରମାଣୀକରଣ ଭାବେ ବ୍ୟବହାର କରାଯିବ। ଦୁଇ କାରକ ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ଲାଗୁ କରୁ ନ ଥିବା ସଂସ୍ଥା ଗ୍ରାହକଙ୍କ କ୍ଷତି ହେଲେ ତାଙ୍କୁ କ୍ଷତିପୂରଣ ଦେବାକୁ ବାଧ୍ୟ ହେବେ ବୋଲି ରିଜର୍ଭ ବ୍ୟାଙ୍କ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe