ଭିଣ୍ଟେଜ୍‌ କାର୍‌ ପଞ୍ଜୀକରଣ ପାଇଁ ନୂଆ ନିୟମ

ଭିଣ୍ଟେଜ୍‌ କାର୍‌ ପଞ୍ଜୀକରଣ ପାଇଁ ନୂଆ ନିୟମ

Autocar India

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତରଫରୁ ଭିଣ୍ଟେଜ୍‌ (ଅତି ପୁରୁଣା) ଗାଡ଼ିର ପଞ୍ଜୀକରଣ ଲାଗି ସ୍ବତନ୍ତ୍ର ନିୟମ ଜାରି କରାଯାଇଛି। ଭିଣ୍ଟେଜ୍‌ ଗାଡ଼ି ବର୍ଗରେ ପଞ୍ଜୀକରଣ ଲାଗି ଗାଡ଼ି ୫୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ଦାରକାର। ତାହାର ମୂଳ ରୂପ ଓ ଆକାର ଅପରିବର୍ତ୍ତିତ ରହିଥିବା ଜରୁରୀ। ରାଜ୍ୟ ପଞ୍ଜୀକରଣ କର୍ତ୍ତୃପକ୍ଷ ଆବେଦନର ୬୦ଦିନ ମଧ୍ୟରେ ଫର୍ମ ୨୩ଇ ଅନୁସାରେ ଆବେଦନକାରୀଙ୍କୁ ପଞ୍ଜୀକରଣ ସାର୍ଟିଫିକେଟ ପ୍ରଦାନ କରିବେ। ଯେଉଁ ଯାନଗୁଡିକ ପୂର୍ବରୁ ଭାରତରେ ପଞ୍ଜୀକୃତ ହୋଇଛି ସେସବୁ ଯାନର ମାଲିକ ନିଜର ମୂଳ ରେଜିଷ୍ଟ୍ରେସନ ମାର୍କ (ନମ୍ବର) ରଖିପାରିବେ ।

ତେବେ ଯେଉଁମାନେ ନୂଆ ପଞ୍ଜୀକରଣ କରିବାକୁ ଚାହିବେ ସେମାନଙ୍କୁ “xx va xy” ସଙ୍କେତ ପ୍ରଦାନ କରାଯିବ । xx ର ଅର୍ଥ ରାଜ୍ୟର କୋଡ, va ର ଅର୍ଥ ଭିଣ୍ଟେଜ ଏବଂ xyରେ ଦୁଇ ସଂଖ୍ୟା ବିଶିଷ୍ଟ ସିରିଜ (ଶୃଙ୍ଖଳା) ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ସେହିଭଳି ୦୦୦୧ରୁ ୯୯୯୯ ଯାଏ ଯେଉଁ ସଂଖ୍ୟା ରାଜ୍ୟ ରେଜିଷ୍ଟେସନ ଅଥରିଟିକୁ ପ୍ରଦାନ କରାଯାଇଛି ସେଥିରୁ ସଂଖ୍ୟା ‘8’ କୁ ଅଣାଯାଇ ଏହି ଯାନ ପାଇଁ ବ୍ୟବହର କରାଯିବ। ପୁରୁଣା ଯାନର ନୂଆ ପଞ୍ଜୀକରଣ ପାଇଁ ଯାନ ପିଛା ଫି ୨୦ହଜାର ଟଙ୍କା ଏବଂ ପରବର୍ତ୍ତୀ ପଞ୍ଜୀକରଣ ପାଇଁ ୫୦୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହି ଭିଣ୍ଟେଜ ମୋଟର ଯାନଗୁଡିକୁ ରାସ୍ତାରେ ନିୟମିତ କିମ୍ବା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe