ଅକ୍ଟୋବରରୁ ଟ୍ରେନ୍‌ ଟିକଟ ବୁକିଂର ନୂଆ ନିୟମ: ସାଧାରଣ ବର୍ଗ ସଂରକ୍ଷଣ ପାଇଁ ମଧ୍ୟ ଇ-ଆଧାର ବାଧ୍ୟତାମୂଳକ

ରେଳବାଇ ଆସନ୍ତା ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଟିକଟ ବୁକିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ମାସଠାରୁ ସାଧାରଣ ବର୍ଗର ଟିକଟ ସଂରକ୍ଷଣ ପାଇଁ ମଧ୍ୟ ଇ-ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ।

ନୂଆଦିଲ୍ଲୀ: ରେଳବାଇ ଆସନ୍ତା ଅକ୍ଟୋବର ୧ରୁ ଅନ୍‌ଲାଇନ୍‌ ଟିକଟ ବୁକିଂ ବ୍ୟବସ୍ଥାରେ ପରିବର୍ତ୍ତନ କରିବାକୁ ଯାଉଛି। ଆସନ୍ତା ମାସଠାରୁ ସାଧାରଣ ବର୍ଗର ଟିକଟ ସଂରକ୍ଷଣ ପାଇଁ ମଧ୍ୟ ଇ-ଆଧାର ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ବର୍ତ୍ତମାନ କେବଳ ତତ୍କାଳ ଟିକଟ ବୁକିଂ ପାଇଁ ତାହା ଅପରିହାର୍ଯ୍ୟ ରହିଛି। ରେଳ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜରିଆରେ ଏହା ଜଣାପଡ଼ିଛି। 

ମନ୍ତ୍ରଣାଳୟ ଅନୁସାରେ ଆଇଆର୍‌ସିଟିସି ୱେବ୍‌ସାଇଟ୍‌ କିମ୍ବା ଆପ୍ ଜରିଆରେ ସାଧାରଣ ସଂରକ୍ଷଣ ସୁବିଧା ଖୋଲିବା ପୂର୍ବ ୧୫ ମିନିଟ୍‌ରେ ଟିକଟ ବୁକିଂ କରିବାକୁ ହେଲେ ଆଧାର ପ୍ରମାଣୀକରଣ ଆବଶ୍ୟକ ହେବ। ଏହା ଜରିଆରେ ଜାଲ୍‌ ଆଇଡି, ଏଜେଣ୍ଟଙ୍କ ଟିକଟ କଳାବଜାରୀ ଓ ବଟ୍‌ସ ଉପରେ ଅଙ୍କୁଶ ଲଗାଇବାକୁ ରେଳବାଇ ଲକ୍ଷ୍ୟ ରଖିଛି। ଯଦି ଆଇଆର୍‌ସିଟିସି ଆକାଉଣ୍ଟ୍‌ ସହ ପୂର୍ବରୁ ଆଧାର ଲିଙ୍କ୍‌ ହୋଇଥିବ ତେବେ ଟିକଟ ବୁକିଂ କରିବା ସହଜ ହେବ। ତେବେ ଷ୍ଟେସନଗୁଡ଼ିକର ଟିକଟ କାଉଣ୍ଟର୍‌ରେ ସଂରକ୍ଷିତ ଟିକଟ ବୁକିଂ କରିବାର ପ୍ରକ୍ରିୟା ପୂର୍ବଭଳି ସମାନ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe