ଡିସେମ୍ବର ୧ରୁ ବ୍ୟାଙ୍କ ସମେତ ଏହି ନିୟମରେ ହେବ ପରିବର୍ତ୍ତନ !

ଡିସେମ୍ବର ୧ରୁ ବ୍ୟାଙ୍କ ସମେତ ଏହି ନିୟମରେ ହେବ ପରିବର୍ତ୍ତନ !

ନୂଆଦିଲ୍ଲୀ: ୨ଦିନ ପରେ ବର୍ଷର ଶେଷମାସ ଡିସେମ୍ବର ମାସ ଆରମ୍ଭ ହେବାକୁ ଯାଉଛି। ଏହି ମାସରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧାସଳଖ ପ୍ରଭାବ ଆପଣଙ୍କ ପକେଟ ଉପରେ ପଡ଼ିବ ବୋଲି କୁହାଯାଉଛି। ଗ୍ୟାସ ସିଲିଣ୍ଡର ମୂଲ୍ୟଠାରୁ ନେଇ ଲୋକାଲ ଟ୍ରେନ ଟାଇମ ଟେବୁଲ ସମେତ ଅନେକ କ୍ଷେତ୍ରରେ ପରିବର୍ତ୍ତନ ହୋଇପାରେ।

ପେନସନ ପାଉଥିବା ଲୋକଙ୍କୁ ସେମାନଙ୍କ ଲାଇଫ ସାର୍ଟିଫିକେଟ ଜମା କରିବାକୁ ପଡ଼ିବ। ଏହାକୁ ଜମା କରିବାର ଶେଷ ତାରିଖ ୨୦୨୨ ନଭେମ୍ବର ୩୦ ରହିଛି। ଯଦି ଆପଣ ଏହି ସାର୍ଟିଫିକେଟ ଏହି ତାରିଖ ମଧ୍ୟରେ ଜମା ନକରନ୍ତି, ତେବେ ଆପଣଙ୍କ ପେନସନ ଅଟକି ଯିବ।

ଏଥିସହିତ ଡିସେମ୍ବର ମାସରେ ଥଣ୍ଡା ବଢ଼ିଯିବା ହେତୁ କୁହୁଡ଼ି ବି ପଡ଼ିବ। ଏହି କାରଣରୁ ଅନେକ ଟ୍ରେନର ସମୟ ପରିବର୍ତ୍ତନ ହେବ। ଏତଦ ବ୍ୟତୀତ ଅନେକ ଟ୍ରେନକୁ ବାତିଲ ବି କରାଯିବ।

ସେହିପରି ସିଏନଜି ଓ ପିଏନଜିର ମୂଲ୍ୟରେ ବଡ଼ ପରିବର୍ତ୍ତନ ହେବ। ପ୍ରତ୍ୟେକ ମାସର ପ୍ରଥମ ତାରିଖରେ ତେଲ କମ୍ପାନି ମୂଲ୍ୟକୁ ସମୀକ୍ଷା କରିଥାଏ। ତେଣୁ ଏହାର ବୃଦ୍ଧି ହେଲେ ସିଧାସଳଖ ପ୍ରଭାବ ଆପାଣଙ୍କ ପକେଟରେ ପଡ଼ିବ। ଏଥିସହିତ ଗ୍ୟାସ ସିଲିଣ୍ଡରର ବି ନୂଆ ମୂଲ୍ୟ ଜାରି ହୋଇପାରେ।

ଏତଦ ବ୍ୟତୀତ ଡିସେମ୍ବର ମାସରେ ବ୍ୟାଙ୍କ ୧୩ଦିନ ବନ୍ଦ ରହିବ ବୋଲି କୁହାଯାଉଛି। ତେଣୁ ଆପଣ ଛୁଟିଦିନ ପୂର୍ବରୁ ବ୍ୟାଙ୍କ ସହିତ ଜଡ଼ିତ ଥିବା ଜରୁରୀ କାମ ସାରିଦେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe