ବେଆଇନ ଜମା ସ୍କିମ୍‌ ନିଷିଦ୍ଧ କରିବାକୁ ଆସିଲା ବିଲ୍‌

ରାଜ୍ୟସଭାରେ ଆପ୍‌ ସାଂସଦଙ୍କ ବିବୃତି: ୮ ବର୍ଷରେ ୩୦୦୦ ବିରୋଧୀ ନେତାଙ୍କ ଘରେ ଇଡି ଚଢ଼ଉ କରିଛି

Image Courtesy of Indian Express

ନୂଆଦିଲ୍ଲୀ: ବେଆଇନ ଜମା ସ୍କିମ୍‌ଗୁଡ଼ିକୁ ନିଷିଦ୍ଧ କରିବା ପାଇଁ ସରକାର ଆଜି ଲୋକସଭାରେ ଏକ ବିଲ୍‌ ଉପସ୍ଥାପନ କରିଛନ୍ତି। ‘ଅନିୟନ୍ତ୍ରିତ ଜମା ସ୍କିମ୍‌ ନିଷିଦ୍ଧ ବିଲ୍‌, ୨୦୧୮’କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି ରାଧାକୃଷ୍ଣନ ଉପସ୍ଥାପନ କରିଛନ୍ତି। ଏଥିରେ ଦୋଷୀଙ୍କ ପାଇଁ ୧୦ ବର୍ଷ ଜେଲ୍‌ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଲୋକଙ୍କ ଅର୍ଥ ହଡ଼ପ କରୁଥିବା ସଂସ୍ଥାଗୁଡ଼ିକର ସମ୍ପତ୍ତି ଜବତ କରାଯିବ। ତାହାକୁ ବିକ୍ରି କରି ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ। ତେବେ ଅଣ ବ୍ୟାଙ୍କିଙ୍ଗ୍‌ ସଂସ୍ଥାଗୁଡ଼ିକ ପ୍ରଚଳିତ ନିୟମ ଅନୁସାରେ ଲୋକଙ୍କଠାରୁ ଜମା ସଂଗ୍ରହ କରିପାରିବେ। ବେଆଇନ ଜମା ସ୍କିମ୍‌ ଚାଲୁ କରୁଥିବା ସଂସ୍ଥା ଧରାପଡ଼ିଲେ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଗଣିବ। ଏହା ସହ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଏହି ସବୁ ଦଣ୍ଡବିଧାନର ବ୍ୟବସ୍ଥା ବିଲ୍‌ରେ ରହିଛି। ଉଲ୍ଲେଖଯୋଗ୍ୟ, ଚିଟ୍‌ଫଣ୍ଡ୍‌ ନାମରେ ଠକ ସଂସ୍ଥାଗୁଡ଼ିକ ଅଧିକ ରିଟର୍ଣ୍ଣ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇ ଉଭାନ୍‌ ହୋଇଯାଉଛନ୍ତି। ସେମାନଙ୍କ ଦ୍ୱାରା ଗରିବ ଲୋକମାନେ ଅଧିକ ପଭାବିତ ହେଉଛନ୍ତି। ସେଭଳି ସଂସ୍ଥାଗୁଡ଼ିକୁ ନିଷିଦ୍ଧ କରିବାକୁ ଏହି ବିଲ୍‌ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe