ଭୁବନେଶ୍ୱର: ଏଭନ୍ ଇ ସ୍କୁଟ୍ ଆଣ୍ଡ ରିକ୍ସା ପକ୍ଷରୁ ପଟିଆଠାରେ ଏହାର ସପ୍ତମ ଆଉଟ୍ଲେଟ୍ ଖୋଲାଯାଇଛି। ଏଠାରେ ଗ୍ରାହକମାନେ କଂପାନିର ସମସ୍ତ ମଡେଲ୍ ପାଇପାରିବେ। ସ୍ୱପ୍ନା ଅଟୋକେୟାରର ଏମ୍ଡି ସ୍ୱପ୍ନା ସାମଲ ଏହି ସୋ’ରୁମ୍କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ସ୍ୱପ୍ନା ଅଟୋକେୟାରର ସିଇଓ ବି ବି ଷଡ଼ଙ୍ଗୀ ଏବଂ ଡିଲର ତତ୍ତ୍ୱାବଧାୟକ ପ୍ରଭାକର ସାହୁ ଉପସ୍ଥିତ ଥିଲେ। ଏଠାରେ କଂପାନିର ଇ ସ୍କୁଟ, ଇ ଷ୍ଟାର୍ ଏବଂ ଇ ସାଇକଲ୍ ବିକ୍ରି କରାଯାଉଛି। ସେଗୁଡ଼କିର ମୂଲ୍ୟ ୪୦ ହଜାର ଟଙ୍କାରୁ ଆରମ୍ଭ ହୋଇଛି। ସବୁ ମଡେଲ୍ ଉପରେ ସବ୍ସିଡି ପ୍ରଦାନ କରାଯାଉଛି। ଛାତ୍ରଛାତ୍ରୀ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଅଫର୍ ରହିଛି। କେତେକ ମଡେଲ୍ରେ ସଡ଼କ ଟିକସ କିମ୍ବା ବୀମା ଦରକାର ପଡ଼ିବ ନାହିଁ। ଇ-ରିକ୍ସା ଉଭୟ ମାଲବାହୀ ଏବଂ ଯାତ୍ରୀବାହୀ ବର୍ଗରେ ଉପଲବ୍ଧ ହେଉଛି। ଥରେ ଚାର୍ଜ କଲେ ସେଗୁଡ଼ିକ ୧୦୦ କିମି ଯାତ୍ରା କରିବ। ତାହା ୬ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ ହେଉଛି। ଏହି ଯାନଗୁଡ଼ିକର ମୂଲ୍ୟ ୧.୩୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଉଲ୍ଲେଖଯୋଗ୍ୟ ଯେ କଂପାନି ଭୁବନେଶ୍ୱରରେ ଆଉ ଚାରିଟି ନୂଆ ଆଉଟ୍ଲେଟ୍ ଖୋଲିବାକୁ ଯୋଜନା ରଖିଛି।
‘ଏଭନ୍ ଇ ସ୍କୁଟ୍ ଆଣ୍ଡ୍ ରିକ୍ସା’ର ନୂଆ ସୋ’ରୁମ୍
Advertisment
Follow Us