ବଜାରକୁ ଆସିଲା ନୂଆ ସୁପର ସ୍ପ୍ଲେଣ୍ଡର, ଦାମ୍ କେତେ ଜାଣନ୍ତୁ

Advertisment
ବଜାରକୁ ଆସିଲା ନୂଆ ସୁପର ସ୍ପ୍ଲେଣ୍ଡର, ଦାମ୍ କେତେ ଜାଣନ୍ତୁ

ନୂଆଦିଲ୍ଲୀ : ହିରୋ ମୋଟୋକର୍ପ ୨୦୨୩ ସୁପର ସ୍ପ୍ଲେଣ୍ଡର ଏକ୍ସଟେକକୁ ଭାରତରେ ଲଞ୍ଚ କରିଛି ଯାହାର ପ୍ରାରମ୍ଭିକ ଏକ୍ସ ସୋ'ରୁମ୍ ମୂଲ୍ୟ ୮୩,୩୬୮ ଟଙ୍କା ରହିଛି। ଏହି ବାଇକର ଡିସ୍କ ବ୍ରେକ୍ ଭାରିଆଣ୍ଟ ପାଇଁ ଗ୍ରାହକଙ୍କୁ ୮୭,୨୬୮ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଦୀର୍ଘ ଦିନ ଧରି ହିରୋ ସ୍ପ୍ଲେଣ୍ଡର ଭାରତୀୟ ବଜାରର କମ୍ୟୁଟର ସେଗମେଣ୍ଟର ରାଜ୍ କରିଆସିଛି ଏବଂ ଆଜି ବି ଲୋକଙ୍କ ମଧ୍ୟରେ ଏହାର କ୍ରେଜ ଅତୁଟ ରହିଛି । ଦୈନନ୍ଦିନ ବ୍ୟବହାର ପାଇଁ ଏହା ଏକ ବହୁତ ଭଲ ବିକଳ୍ପ ଭାବେ ମନେକରାଯାଏ । ହିରୋ ବର୍ତ୍ତମାନ କିଛି ପରିବର୍ତ୍ତନ ସହିତ ଏହି ନୂତନ ବାଇକ ଆଣିଛି ।

ନୂଆ ସୁପର ସ୍ପ୍ଲେଣ୍ଡରକୁ କମ୍ପାନୀ ପକ୍ଷରୁ ଅନେକ ରଙ୍ଗରେ ଲଞ୍ଚ କରାଯାଇଛି, ଯେଉଁଥିରେ ନୂଆ ରଙ୍ଗ କ୍ୟାଣ୍ଡି ବ୍ଲେଜିଂ ରେଡ୍ ଏବଂ ମାଟ୍ ଆକ୍ସିସ୍ ଗ୍ରେ ସାମିଲ ରହିଛି। ତେବେ ବାଇକର ନୂଆ ମଡେଲଟି ପ୍ରାୟତଃ ପୁରୁଣା ମଡେଲ ଭଳି ଦେଖାଯାଉଛି, ଯେଉଁଥିରେ ପ୍ରାୟ କୌଣସି ବଡ ପରିବର୍ତ୍ତନ ହୋଇନାହିଁ । ଏଲଇଡି ହେଡଲ୍ୟାମ୍ପ କ୍ଲଷ୍ଟର, ଏଲଇଡି ଡିଆରଏଲ, ସିଙ୍ଗଲ ପିସ୍ ସିଟ୍, ଗ୍ରାବ୍ ରେଲ, ୧୮ ଇଞ୍ଚର ଆଲଏ ହ୍ୱିଲ, ହାଲୋଜେନ୍ ଟର୍ଣ୍ଣ ଇଣ୍ଡିକେଟର ଆଦି ରହିଛି। ବାଇକରେ ଏକ ନୂଆ ଏଲସିଡି ଡିସପ୍ଲେ ମଧ୍ୟ ରହିଛି ଯାହା ଆପଣଙ୍କ ସ୍ମାର୍ଟଫୋନ ସହ ସଂଯୋଗ ହୋଇଛି ଏବଂ ଏଥିରେ ମିସ୍ଡ କଲ୍, ଏସଏମଏସ, ସ୍ପିଡ, ଟ୍ରିପ୍ ମିଟର ଏବଂ ଅନ୍ୟାନ୍ୟ ଅନେକ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe