ଚନ୍ଦ୍ରଶେଖରପୁର : ଭୁବନେଶ୍ୱର ପଟିଆସ୍ଥିତ ଥ୍ରିଏସ୍ ଟିଭିଏସ୍ ସୋ’ରୁମ୍ରେ ଟିଭିଏସ୍ର ନୂତନ ସ୍ମାର୍ଟ ସ୍କୁଟର ଏନ୍ଟର୍କ ୧୨୫ର ବଜାର ପ୍ରବେଶ ଆଜି କରାଯାଇଛି। ୧୨୫ସିସି ବିଶିଷ୍ଟ ଏହି ନୂତନ ମଡ଼େଲ୍ ଗାଡ଼ିରେ ଅନେକ ସୁବିଧା ରହିଛି। ତିନି ଭାଲ୍ଭ ଇଞ୍ଜିନ୍ ବିଶିଷ୍ଟ ଏହି ଗାଡ଼ିରେ ବ୍ଲୁଟୁଥ୍ ଜରିଆରେ ମୋବାଇଲ୍ ସଂଯୋଗ କରାଯାଇପାରିବ। ଏହା ଫଳରେ ମିଟରରେ କଲ୍ କରୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଚାଳକ ସୂଚନା ପାଇପାରିବ। ତେଣୁ ଚାଳକଙ୍କୁ ଏହି ବ୍ୟବସ୍ଥା ଅନେକ ସୁବିଧା ଯୋଗାଇଦେବ। ସେହିପରି ଏହି ଗାଡ଼ିର ପିକ୍ଅପ୍ ଖୁବ୍ ଭଲ ଥିବା କଂପାନି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଏହି ଗାଡ଼ିରେ ଜିିପିଏସ୍ ଟ୍ରାକିଂ ବ୍ୟବସ୍ଥା ମଧ୍ୟ ରହିଛି। ଏହି ଗାଡ଼ିର ଏକ୍ସ୍ ସୋରୁମ୍ ମୂଲ୍ୟ ୬୩,୭୫୦ ଟଙ୍କା ରହିଛି। ଏହି ଅବସରରେ ଏସ୍ ବି ସିଂ, ପ୍ରଦୀପ କୁମାର, ବିନୟ କୁମାର, ସଞ୍ଜୟ ବିଶ୍ୱାଳ, ସତ୍ୟଜିତ ପଣ୍ଡା, ପ୍ରମୋଦ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଟିଭିଏସ୍ର ସ୍ମାର୍ଟ ସ୍କୁଟର ଏନ୍ଟର୍କ୍ ୧୨୫
Advertisment
Follow Us