ଆସନ୍ତାମାସଠାରୁ ୟୁପିଆଇରେ ବଡ଼ ପରିବର୍ତ୍ତନ: ଅଟୋପେ ଓ ବାଲାନ୍ସ ଚେକ୍‌ ଉପରେ କଟକଣା

Advertisment

ୟୁପିଆଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ନେସ୍‌ନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନ୍‌ପିସିଆଇ) ଘୋଷଣା କରିଛି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସିଷ୍ଟମକୁ ନେଇ ଅଗଷ୍ଟ ପହିଲାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। 

ୟୁପିଆଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ନେସ୍‌ନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନ୍‌ପିସିଆଇ) ଘୋଷଣା କରିଛି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସିଷ୍ଟମକୁ ନେଇ ଅଗଷ୍ଟ ପହିଲାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। 

New Project (31)

ନୂଆଦିଲ୍ଲୀ: ୟୁପିଆଇ ନିୟମରେ ଏକ ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି। ନେସ୍‌ନାଲ୍‌ ପେମେଣ୍ଟ୍‌ କର୍ପୋରେସନ୍‌ ଅଫ୍‌ ଇଣ୍ତିଆ (ଏନ୍‌ପିସିଆଇ) ଘୋଷଣା କରିଛି ଯେ ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା ୟୁପିଆଇ ସିଷ୍ଟମକୁ ନେଇ ଅଗଷ୍ଟ ପହିଲାରୁ ନୂଆ ନିୟମ କାର୍ଯ୍ୟକାରୀ ହେବ। 

ଏହି ପରିବର୍ତ୍ତନରେ ଅଟୋପେ ଏବଂ ଆକାଉଣ୍ଟ ବାଲାନ୍ସ ଚେକ୍‌ ଆଦିରେ କିଛିଟା ନୂତନତ୍ବ ଦେଖିବାକୁ ମିଳିବ। ତେବେ ନୂଆ ନିୟମ ଅନୁଯାୟୀ, ୟୁପିଆଇ ଉପଭୋକ୍ତାମାନେ ଦିନକୁ ସର୍ବାଧିକ ୫୦ ଥର ‌ସେମାନଙ୍କର ଆକାଉଣ୍ଟ ବାଲାନ୍ସ ଚେକ୍‌ କରିପାରିବେ। ଏହା ଦ୍ବାରା ବ୍ୟସ୍ତ କାର୍ଯ୍ୟଘଣ୍ଟା ବା ପିକ୍‌ ଆୱାର୍‌ରେ ଅଯଥା ଟ୍ର‌ାଫିକ୍‌ ଜାମ୍‌କୁ ଏଡ଼େଇ ଦେଇହେବ।

ଭାରତରେ ୟୁପିଆଇ ଆପ୍‌ର ସବୁଠାରୁ ବଡ଼ ୟୁଜରବେସ୍‌ ରହିଛି । ପ୍ରତିଦିନ ଦେଶରେ ୬ ବିଲିୟନରୁ ଅଧିକ ୟୁପିଆଇ ଟ୍ରାଞ୍ଜାକ୍ସନ ହୋଇଥାଏ। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଆସିବା ଗତ ୨୦୧୬ରେ ୟୁପିଆଇର ଶୁଭାରମ୍ଭ ହୋଇଥିଲା । ଏହା ଆଜିର ଡିଜିଟାଲ୍‌ ଯୁଗ ପାଇଁ ଏହା କୌଣସି ମାଷ୍ଟରଷ୍ଟ୍ରୋକ୍‌ରୁ କମ୍‌ ନୁହେଁ । ଏବେ ସୁଦ୍ଧା ୟୁପିଆଇ ନିୟମରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ୟୁପିଆଇର ବ୍ୟବହାର ବୃଦ୍ଧି ପାଇଛି । ଏଣୁ ଏବେ ପୁଣି ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛି ଏନ୍‌ପିସିଆଇ।

ପିଆଇ ସର୍ଭର ସିଷ୍ଟମରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଭଳି ନିୟମ କରାଯାଇଛି । ୫୦ ଥରରୁ ଅଧିକ ବାଲାନ୍ସ ଚେକ୍‌ କଲେ ଏହା ଦେଖାଇବ ନାହିଁ । ବାରମ୍ବାର ବାଲାନ୍ସ ଚେକ୍‌ କରିବା ଦ୍ୱାରା ୟୁପିଆଇ ଆପ୍‌ ସର୍ଭର ଉପରେ ଚାପ ପଡ଼ିଥାଏ । ଏହାଦ୍ୱାରା ଟ୍ରାଞ୍ଜାକ୍ସନ୍‌ ଧିମା ହୋଇଯାଇଥାଏ । ଖାଲି ସେତିକି ନୁହେଁ ଆପଣଙ୍କ ମୋବାଇଲ ନମ୍ବର କେଉଁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ୍‌ ଅଛି ତାହା କେବଳ ଗୋଟିଏ ଦିନରେ ୨୫ ଥର ହିଁ ଚେକ୍‌ କରି ପାରିବେ । 

ୟୁପିଆଇ ସହ ଜଡ଼ିତ ଅଟୋ ପେମେଣ୍ଟ ନିୟମରେ ପରିବର୍ତ୍ତନ ହେବ । ସବ୍‌ସ୍କ୍ରିପ୍‌ସନ୍‌ ଆଧାରିତ ଅଟୋ ଡେବିଟ୍‌ କେବଳ ନନ୍‌ପିକ୍‌ ଟାଇମ୍‌ ପ୍ରୋସେସ୍‌ କରାଯିବ । ଅର୍ଥାତ୍‌ ସକାଳ ୧୦ ପୂର୍ବରୁ କିମ୍ବା ଅପରାହ୍ନ ୧ରୁ ସନ୍ଧ୍ୟା ୫ଟା ମଧ୍ୟରେ ହିଁ ୟୁପିଆଇରେ ଅଟୋ ଡେବିଟ୍‌ ହେବ । ଏହାଛଡ଼ା ଯଦି କୌଣସି ପେମେଣ୍ଟ ଅଟକି ରହିଥିବ, ତେବେ ଏହାର ଷ୍ଟାଟସ୍‌ କେବଳ ୩ ଥର ହଁ ଚେକ୍‌ କରପାରିବେ ୟୁଜର୍ସ । ଅତି କମ୍‌ରେ ୯୦ ସେକେଣ୍ଡ ଅନ୍ତରାଳରେ ଅଟକି ରହିଥିବା ପେମେଣ୍ଟ ଷ୍ଟାଟସ୍‌ ଚେକ୍‌ କରିପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe