ହ୍ଵାଟ୍‌ସଆପ୍‌ର ନୂଆ ଭର୍ସନ: ବ୍ୟାଙ୍କ୍‌ ନ ଯାଇ ‘ହ୍ଵାର୍ଟସ୍‌ଆପ୍‌ ’ଜରିଆରେ ପଠାଇ ହେବ ଟଙ୍କା

Advertisment
ହ୍ଵାଟ୍‌ସଆପ୍‌ର ନୂଆ ଭର୍ସନ: ବ୍ୟାଙ୍କ୍‌ ନ ଯାଇ ‘ହ୍ଵାର୍ଟସ୍‌ଆପ୍‌ ’ଜରିଆରେ ପଠାଇ ହେବ ଟଙ୍କା

ଆପଣଙ୍କ ପାଇଁ ଖୁସିଖବର! ଏଣିକି ଆଉ ଆପଣଙ୍କୁ ଆପଣଙ୍କ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଖକୁ ଟଙ୍କା ପଠାଇବା ଲାଗି ବ୍ୟାଙ୍କ୍‌କୁ ଯାଇ ଲମ୍ବାଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ। ତେବେ ଏହି ସମସ୍ୟାର ସମାଧାନ ପାଇଁ ଲୋକପ୍ରିୟ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାର୍ଟସ୍‌ଆପ୍‌’ଭାରତରେ ତାହାର ପେମେଣ୍ଟ୍‌ ଆପସନ୍‌ ଲଞ୍ଚ୍‌ କରାଇଛି। ଏଥିସହିତ ‘ହ୍ଵାର୍ଟସ୍‌ଆପ୍‌’ର ଏହି ‘ପେମେଣ୍ଟ୍‌ ଅପ୍‌ସନ୍‌’ ଭାରତର ‘ପେଟିଏମ୍‌’କୁ ମଧ୍ୟ ତାହାର କଡ଼ାକଡ଼ି ଟକ୍କର ଦେବ ବୋଲି ବି ଶୁଣାଯାଉଛି। ଅନେକ ଦିନ ହେବ ଭାରତୀୟ ଉପଭୋକ୍ତାମାନଙ୍କୁ ଏହି ଫିଚର୍‌ର ଆବଶ୍ୟକତା ରହିଥିଲାବେଳେ ଏବେ ହ୍ଵାର୍ଟସ୍‌ଆପ୍‌ ଏହାର ନୂତନ ଭର୍ସନ କୁ ଲଞ୍ଚ କରିବା ଖବର ଦେଇ ଗ୍ରାହକଙ୍କୁ ଖୁସି କରାଇଛି।

ସୂଚନା ଅନୁସାରେ, ଲୋକପ୍ରିୟ ମେସେଜିଙ୍ଗ୍‌ ଆପ୍‌ ‘ହ୍ଵାର୍ଟସ୍‌ଆପ୍‌’ ତାହାର ଭିଟାଭର୍ସନ ୨.୧୮.୩୯ ଲାଗି ପେମେଂଣ୍ଟ୍‌ କରିବାର ବିକଳ୍ପକୁ ବାହାର କରିଛି। ହେଲେ ଏବେ ଏହି ଫିଚର୍ସର ବ୍ୟବହାର କେତେକ ବଛାବଛା ଉପଭୋକ୍ତାଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାବେଳେ ବହୁତଶୀଘ୍ର ଏହା ସାଧାରଣ ଲୋକଙ୍କ ଲାଗି କାର୍ଯ୍ୟକାରୀ ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି।

publive-image

ଚାଲନ୍ତୁ ଜାଣିବା ‘ହ୍ଵାର୍ଟସ୍‌ଆପ୍‌’ଜରିଆରେ କିପରି ପଠାଇବେ ଟଙ୍କା…

୧-ପ୍ରଥମତଃ ଆପଣଙ୍କୁ ଏହାର ନୂତନ ଭର୍ସନକୁ ଡାଉନ୍‌ଲୋଡ କରିବାକୁ ହେବ।
୨-ଏହାପରେ ଆପଣ
ରେ ହ୍ଵାର୍ଟସ୍‌ଆପ୍‌ର ଉପରିଭାଗରେ ରହିଥିବା ତିନୋଟି ବିନ୍ଦୁ ଉପରେ କ୍ଲିକ୍‌ କରନ୍ତୁ।
୩-ଏହାପରେ ଆପଣଙ୍କୁ ସେଟିଙ୍ଗ୍‌ କୁ ଯିବାକୁ ହେବ।
୪-ତେବେ ଏଠାରେ ଆପଣଙ୍କୁ ଏକ ପେମେଣ୍ଟ୍‌ଅପ୍‌ସନ୍‌ର ଟ୍ୟାବ୍‌ ଦୃଶ୍ୟମାନ ହେବ।
୫-ଏଥିସହିତ ଏଠାରେ ଆପଣ ସିଲେକ୍ଟ ଏବଂ କଣ୍ଟିନ୍ୟୁ ଉପରେ କ୍ଲିକ୍‌ କରନ୍ତୁ।
୬-ତେବେ ଏହାକୁ କ୍ଲିକ୍‌ କରିବା କ୍ଷଣି ଆପଣଙ୍କୁ ଏଠାରେ ବ୍ୟାଙ୍କ୍‌ ର ଲିଷ୍ଟ୍‍ ଦେଖିବାକୁ ମିଳିବ।
୭-ସର୍ବଶେଷରେ ଆପଣ ଯେଉଁ ଆକାଂଉଣ୍ଟ୍‌ କୁ ଟଙ୍କା ପଠାଇବାକୁ ଚାହୁଁଛନ୍ତି ,ତାହାକୁ ସିଲେକ୍ଟ୍‌ କରି ତାହା ମାଧ୍ୟମରେୁ ଟଙ୍କା ପଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe