ଆୟକର ପଇଠ ଲାଗି ନୂଆ ୱେବସାଇଟ୍‌

ଆୟକର ପଇଠ ଲାଗି ନୂଆ ୱେବସାଇଟ୍‌

News18

ନୂଆଦିଲ୍ଲୀ: ଆୟକର ଇ-ଫାଇଲିଂ ଲାଗି ବ୍ୟବହାର କରାଯାଉଥିବା www.incometaxindiaefiling.gov.in ୱେବ୍‌ସାଇଟ୍‌ ଆସନ୍ତାକାଲି ଠାରୁ ବଦଳିଯିବ। ଏହା ସ୍ଥାନରେ ନୂଆ ୱେବସାଇଟ୍‌ www.incometax.gov.in କାର୍ଯ୍ୟକାରୀ ହେବ। ତେବେ ନୂତନ ଟିକସ ପଇଠ ବ୍ୟବସ୍ଥାକୁ ଜୁନ୍ ୧୮ରୁ କାର୍ଯ୍ୟକାରୀ କରାଯିବ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ‌ବୋର୍ଡ (ସିବିଡିଟି) ପକ୍ଷରୁ କୁହାଯାଇଛି। ଅଗ୍ରୀମ ଟିକସ କିସ୍ତି ପଇଠ କରିବାର ତାରିଖ ପରେ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସେହିଦିନ ପୋର୍ଟାଲ୍ ସହିତ ଏକ ମୋବାଇଲ୍ ଆପ୍‌କୁ ମଧ୍ୟ ଉନ୍ମୋଚନ କରାଯିବ। ପୂର୍ବରୁ କୁହାଯାଇଥିଲା ଯେ ନୂଆ ୱେବସାଇଟ୍‌ରେ ଟିକସ ପଇଠ କରିବା ଲାଗି ଅନେକ ସୁବିଧା ରହିବ। ଏକ ନୂଆ ପେମେଣ୍ଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସେଥିରେ ୟୁପିଆଇ, କାର୍ଡ. ଆର୍‌ଟିଜିଏସ୍‌ ଓ ଏନ୍‌ଇଏଫ୍‌ଟି ଭଳି ସୁବିଧା ପ୍ରଦାନ କରାଯିବ। ଏହା ଦ୍ବାରା ଟିକସଦାତାମାନେ ଯେକୌଣସି ବ୍ୟାଙ୍କ ଆକାଉଣ୍ଟ୍‌ରୁ ଟିକସ ପଇଠ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe