ନୂଆବର୍ଷରେ ଖୁସି ଖବର: କମିଲା ଏଲପିଜି ସିଲିଣ୍ଡର ଦର

ନୂଆବର୍ଷ ଖୁସି ଖବର ନେଇ ଆସିଛି। ୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର କମିଛି। ତୈଳ କମ୍ପାନିଗୁଡ଼ିକ ଦର ସମୀକ୍ଷା କରି ଏହି ନିଷ୍ପତ୍ତି ନେଇଛନ୍ତି...

LPG cylinder prices reduced

LPG cylinder prices reduced

ନୂଆଦିଲ୍ଲୀ: ନୂଆବର୍ଷ ଖୁସି ଖବର ନେଇ ଆସିଛି। ୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର କମିଛି। ସରକାରୀ ତୈଳ କମ୍ପାନିଗୁଡିକ ବର୍ଷର ପ୍ରଥମ ଦିନରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ କରିଛନ୍ତି।  ତେବେ ଘରୋଇ ସିଲିଣ୍ଡର ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍ ୧୮୧୮.୫୦ ଟଙ୍କାରୁ ୧୮୦୪ ଟଙ୍କାକୁ ଖସି ଆସିଛି।

 ସେହିପରି କୋଲକାତାର ମୂଲ୍ୟ ଏହାର ଦର ୧୯୧୧ ଟଙ୍କାକୁ ଖସି ଆସିଛି। ପୂର୍ବରୁ ଏହାର ଦାମ୍ ୧୯୨୭ ଟଙ୍କା ଥିଲା। ମୁମ୍ବାଇରେ ଏହାର ମୂଲ୍ୟ ୧୭୫୬ ଟଙ୍କାକୁ ଖସି ଆସିଛି। ଏହା ଦାମ୍ ପୂର୍ବରୁ  ୧୭୭୧ ଟଙ୍କା ଥିଲା। ଚେନ୍ନାଇରେ ବ୍ୟବସାୟିକ ସିଲିଣ୍ଡର ଦାମ୍ ୧୯୬୬କୁ ଖସିଛି। ପୂର୍ବରୁ ଏହାର ଦାମ୍ ୧୯୮୦.୫୦  ଟଙ୍କା ଥିଲା।

ବିହାରର ରାଜଧାନୀ ପାଟନାରେ ୧୯କିଲୋଗ୍ରାମ ଏଲପିଜି ସିଲିଣ୍ଡର ଭରିବା ପାଇଁ ଏବେ ୨୦୯୫.୫୦ ଟଙ୍କା ଦେବାକୁ ପଡିବ। ଉତ୍ତରପ୍ରଦେଶର ଲକ୍ଷ୍ନୌରେ ୧୯୨୫ଟଙ୍କା ଦେବାକୁ ପଡିବ ଏବଂ ନୋଏଡାରେ ୧୮୦୨.୫୦ ଟଙ୍କା ଦେବାକୁ ପଡିବ। ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଭରିବା ପାଇଁ ୧ ଜାନୁୟାରି ୨୦୨୫ ଠାରୁ ୨୦୭୩ ଟଙ୍କା ଏବଂ ଝାଡଖଣ୍ଡର ରାଜଧାନୀ ରାଞ୍ଚିରେ ୧୯୬୨.୫୦ ଟଙ୍କା ଦେବାକୁ ପଡିବ। 

ଅଧିକ ପଢ଼ନ୍ତୁ: ମଧ୍ୟରାତ୍ରିରେ ଶିମିଳିପାଳ ଫେରିଲା ବାଘୁଣୀ ଜୀନତ

ଏହା ଦ୍ବାରା ବର୍ତ୍ତମାନ ହୋଟେଲ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପାଇଁ ବିଲ୍ ଅଧିକ ହେବ ନାହିଁ ବୋଲି ସମ୍ଭାବନା ରହିଛି। ସେହିପରି ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ମଧ୍ୟ ଶସ୍ତା ‌ହୋଇପାରେ ବୋଲି କୁହାଯାଉଛି।

କେବଳ ହୋଟେଲ,ଢାବା ତଥା ଅନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ଦୋକାନରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ବ୍ୟବହାର କରାଯାଇଥାଏ। ସେମାନଙ୍କୁ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ବ୍ୟବହାର କରିବାକୁ ଅନୁମତି ନାହିଁ। ଗତ କିଛି ମାସ ଧରି ଲଗାତାର, ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଉଥିଲା। ତେବେ ନୂଆବର୍ଷର ପ୍ରଥମ ଦିନରେ ଏହା କମିଛି।

ଅଧିକ ପଢ଼ନ୍ତୁ: ନବ ବର୍ଷ ଉପଲକ୍ଷେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe