ସୁନା ପାଇଁ ଆସିବ ସର୍ବକ୍ଷମା ଯୋଜନା, ବେଆଇନ ସୁନା ସ୍ବଚ୍ଛ କରିବା ସୁଯୋଗ ମିଳିବ

Advertisment
ସୁନା ୫୩ ହଜାର, ରୁପା ୬୫ ହଜାର ଟପିଲା

Image Courtesy of Jhalak

ନୂଆଦିଲ୍ଲୀ: ଦେଶ ଭିତରୁ ଏବଂ ବାହାରୁ କଳାଟଙ୍କା ବାହାର କରିବା ଲାଗି ଅତୀତରେ କେନ୍ଦ୍ର ସରକାର ଏକାଧିକ ଯୋଜନା ଆଣିଥିଲେ। ଏଥିରେ କିଛିଟା ସଫଳତା ମଧ୍ୟ ହାସଲ କରିଥିଲେ। କଳାଟଙ୍କା ପରେ ସରକାରଙ୍କ ନଜର ପଡ଼ିଛି ଲୋକମାନେ ଘରେ ରଖିଥିବା ବେଆଇନ ସୁନା ଉପରେ। ଦେଶର ବିଭିନ୍ନ ଅନୁଷ୍ଠାନ ଏବଂ ଘରେ ରହିଥିବା ବେଆଇନ ସୁନାକୁ ହିସାବ ପରିସରକୁ ଆଣିବା ଲାଗି ଏକ ସର୍ବକ୍ଷମା ଯୋଜନା କେନ୍ଦ୍ର ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ‌ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ଏହି ପ୍ରସ୍ତାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପଠାଯାଇଥିବା କୁହାଯାଉଛି।

ସୁନା ପାଇଁ ସର୍ବକ୍ଷମା ଯୋଜନା ଘୋଷଣା ଦ୍ବାରା ସରକାର ଦୁଇଟି ପ୍ରମୁଖ ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛନ୍ତି। ପ୍ରଥମଟି ହେଲା ‌ଲୋକମାନେ ବେଆଇନ ଭାବେ ଜମା ରଖିଥିବା ସୁନାକୁ ବାହାର କରି ଟିକସ ଫାଙ୍କିକୁ ରୋକିବା। ଅନ୍ୟ ଲକ୍ଷ୍ୟଟି ହେଲା ଭାରତ ପ୍ରତିବର୍ଷ ବିପୁଳ ମାତ୍ରାରେ କରୁଥିବା ସୁନା ଆମଦାନିକୁ ହ୍ରାସ କରି ଏ ବାବଦରେ ଖର୍ଚ୍ଚ ହେଉଥିବା ବିଦେଶୀ ମୁଦ୍ରାକୁ ସଞ୍ଚୟ କରିବା। ସରକାର ଯଦି ସୁନା ପାଇଁ ସର୍ବକ୍ଷମା ଯୋଜନା ଆଣନ୍ତି ତାହେଲେ ଲୋକଙ୍କୁ ସେମାନଙ୍କ ଗଚ୍ଛିତ ସୁନା ସମ୍ପର୍କରେ ଘୋଷଣା କରିବା ପାଇଁ କହିବେ। ନିୟମଠାରୁ ଅଧିକ ସୁନା ରଖିଥିଲେ ତାହା ଉପରେ ଟିକସ ଅଧିକାରୀମାନେ ଜରିମାନା ଏବଂ ଶୁଳ୍କ ଆଦି ଆଦାୟ କରିବେ। ତେବେ ଏହି ଯୋଜନା ଅତି ପ୍ରାଥମିକ ସ୍ତରରେ ରହିଛି। ଉକ୍ତ ପ୍ରସ୍ତାବ ଉପରେ ବର୍ତ୍ତମାନ ବିଭିନ୍ନ ଅଧିକାରୀଙ୍କ ମତାମତ ଲୋଡ଼ାଯାଇଛି ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

ଲୋକମାନେ ଘରେ ରଖିଥିବା ସୁନା ସହିତ ବିଭିନ୍ନ ଅନୁଷ୍ଠାନଗୁଡ଼ିକରେ ଥିବା ସୁନାକୁ ବାହାର କରିବା ପାଇଁ ମୋଦୀ ସରକାର ୨୦୧୫ରେ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ଆମଦାନି ଉପରେ ନିର୍ଭରଶୀଳତା ହ୍ରାସ କରିବା ପାଇଁ ଏହି ଯୋଜନା କରାଯାଇଥିଲା। କିନ୍ତୁ ତାହା ସେତେଟା ସଫଳ ହୋଇ ନଥିଲା। ସୁନାକୁ ନିବେଶ କରି ତାହା ଉପରେ ସୁଧ ଦେବାର ବ୍ୟବସ୍ଥା ଲୋକଙ୍କ ପାଇଁ ସରକାର କରିଥିଲେ। କିନ୍ତୁ ଲୋକମାନେ ସାଧାରଣତଃ ଅଳଙ୍କାର ଆକାରରେ ରଖିଥିବା ସୁନାକୁ ନିବେଶ କରିବାକୁ ଆଗ୍ରହୀ ହେଲେନାହିଁ। ତେଣୁ ଏହି ଯୋଜନା ସେତେଟା ସଫଳତା ହାସଲ କଲାନାହିଁ। ସର୍ବକ୍ଷମା ଯୋଜନା ଆସିଲେ ବେଆଇନ ସୁନା ମହଜୁଦ ରଖିଥିବା ବ୍ୟକ୍ତିମାନେ ସେମାନଙ୍କ ଆଇନ ସମ୍ମତ ସୁନାର କିଛି ପରିମାଣ ସରକାରଙ୍କ ନିକଟରେ କିଛିବର୍ଷ ରଖିବାର ଯୋଜନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe