ଆସିବ ନୂଆ ୨୦ ଟଙ୍କିଆ ନୋଟ୍‌

Advertisment
ଆସିବ ନୂଆ ୨୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଖୁବ୍‌ଶୀଘ୍ର ନୂଆ ୨୦ ଟଙ୍କିଆ ନୋଟ୍ ଜାରି କରାଯିବ। ଏଥିରେ ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟ ରହିବ। ‌ତେବେ ନୂଆ ନୋଟ୍‌ଟି କିଭଳି ଦେଖାଯିବ ଓ ତାହା କେଉଁ ରଙ୍ଗର ହେବ ତାହା ଜଣାପଡ଼ିନାହିଁ। ଏଥିରେ କ’ଣ କ’ଣ ନୂଆ ସୁରକ୍ଷା ବ୍ୟବସ୍ଥା ରହିବ ତାହା ମଧ୍ୟ ସାର୍ବଜନୀନ କରାଯାଇନାହିଁ। ୨୦୧୬ ମାର୍ଚ ‌ବେଳକୁ ଦେଶରେ ୪.୯୨ କୋଟି ଖଣ୍ଡ ୨୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ୨୦୧୮ ମାର୍ଚ ସୁଦ୍ଧା ସେହି ସଂଖ୍ୟା ୧୦୦୦ କୋଟି ଖଣ୍ଡକୁ ବୃଦ୍ଧି ପାଇଛି। ଦେଶରେ ପ୍ରଚଳନରେ ଥିବା ମୋଟ୍ ନୋଟ୍‌ରେ ୧୦ ଟଙ୍କିଆର ଭାଗ ହେଉଛି ୯.୮%। ବିମୁଦ୍ରୀକରଣ ପରେ ରିଜର୍ଭ ବ୍ୟାଙ୍କ ଅନେକ ନୋଟ୍‌କୁ ନୂତନ ରୂପରେ ପ୍ରଚଳନ କରିଛି। ୧୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆକୁ ନୂତନ ରୂପରେ ପ୍ରଚଳନ କରାଯାଇଛି। ମହାତ୍ମା ଗାନ୍ଧୀ ସିରିଜ୍‌ର ଏହି ନୋଟ୍‌ଗୁଡ଼ିକ ୨୦୧୬ ନଭେମ୍ବର ପରେ ପ୍ରଚଳନ କରାଯାଇଛି। ଏହା ସହିତ ଏକ ନୂଆ ୨୦୦୦ ଟଙ୍କିଆ ନୋଟ୍‌ ମଧ୍ୟ ପ୍ରଚଳନ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୬ ନଭେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିମୁଦ୍ରୀକରଣ ଘୋଷଣା କରି ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ। ଏହା ପରେ ନୂଆ ୫୦୦ ଟଙ୍କିଆ ଓ ପ୍ରଥମ ଥର ପାଇଁ ୨୦୦୦ ଟଙ୍କିଆ ବଜାରକୁ ଛାଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe