ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୪: ଭରତ ଆଭାଲାନି

Advertisment

ଆମ ବକ୍ତା

ଆମ ବକ୍ତା

ସମ୍ବାଦ ସିଇଓ କନ୍‌କ୍ଲେଭ୍‌ ୨୦୨୪: ଭରତ ଆଭାଲାନି

ଭରତ ଆଭାଲାନି ହେଉଛନ୍ତି ୟୁନିଲିଭର୍‌ର ଜଣେ ପ୍ରତିଷ୍ଠିତ ମାର୍କେଟିଂ ଅଧିକାରୀ ଓ ବିଶ୍ବର ଜଣେ ଅଗ୍ରଣୀ ଚିନ୍ତାନାୟକ। ସେ ‌ଜଣେ ବିଚକ୍ଷଣ କାହାଣୀକାର ଯିଏ ନିଜ ଅଭିଜ୍ଞତାକୁ ପୁଞ୍ଜି କରି କାହାଣୀ ଜରିଆରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତାଙ୍କର ବିଶ୍ବାସ ରହିଛି ଯେ ଆଗାମୀ ଦଶନ୍ଧି ପାଇଁ ବିଜନେସ୍ କାହାଣୀ ବର୍ଣ୍ଣନା କରିବା ହେବ ଏକ ନମ୍ବର ନେତୃତ୍ବ ଓ ଯୋଗାଯୋଗ ଦକ୍ଷତା। କାହାଣୀ-କାମ ପଦ୍ଧତି ଜରିଆରେ କର୍ମକ୍ଷେତ୍ରରେ ମାନବିକତାର ପୁନରୁଦ୍ଧର କରିବା ଲାଗି ସେ ପ୍ରତିବଦ୍ଧ।

ବନ୍ଧୁମାନଙ୍କ ଭିତରେ ସେ ଜଣେ କାହାଣୀକାର ଓ ସ୍ମୃତି ସଂଗ୍ରହକାରୀ ଭା‌ବେ ପରିଚିତ। ସେ ସବୁବେଳେ ଅଭିଜ୍ଞତା ଖୋଜନ୍ତି। ପ୍ରତିଟି ଯାତ୍ରା ତାଙ୍କ ପାଇଁ ଗୋଟିଏ କାହାଣୀ। ଅନ୍ୟମାନଙ୍କ ଭଳି ସେ ଫଟୋ ଉତ୍ତୋଳନ କରନ୍ତି। କିନ୍ତୁ ତାଙ୍କ ଫଟୋଗୁଡ଼ିକରେ ଲୁଚିରହିଥାଏ ଆବେଗଭରା କାହାଣୀ। ଆଲାଲୁମ୍ପୁରରେ ରହୁଥିବା ଭରତ ହେଉଛନ୍ତି କନେକ୍ଟିଂ ଦି ଡଟ୍‌ସ କନ୍‌ସଲ୍‌ଟାନ୍ସି ଓ ଗ୍ଲୋବାଲ୍ ପାର୍ଟନର ଅଫ୍ ଆନେକଡୋଟ୍‌ର ପ୍ରତିଷ୍ଠାତା ଓ ସିଇଓ। ଏହି ସଂସ୍ଥା ବିଶ୍ବର ସର୍ବବୃହତ ଓ ସବୁଠୁ ଅଭିଜ୍ଞ ବିଜନେସ୍ କାହାଣୀ ବର୍ଣ୍ଣନାକାରୀ ସଂସ୍ଥା ଭାବେ ପରିଚିତ। ଭରତ ଏବେ ଏସିଆନ୍ ଫେଡେରେସନ୍ ଅଫ୍‌ ଆଡଭର୍ଟାଇଜିଂ ଆସୋସିଏସନ୍‌ସର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ‌ସେ ଆନ୍ତର୍ଜାତିକ ବିଜ୍ଞାପନ ସଂଘର ବିଶ୍ବ ବୋର୍ଡ ଓ କଣ୍ଟିନସ୍ ପ୍ରଫେସନାଲ୍ଡେ ଭେଲପ୍‌ମେଣ୍ଟର ଗ୍ଲୋବାଲ୍ ଭିପି ଦାୟିତ୍ବ ମଧ୍ୟ ନିର୍ବାହ କରୁଛନ୍ତି। ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ୩୦ତମ ଆଡ୍‌ଏସିଆ କଂଗ୍ରେସରେ ତାଙ୍କୁ ଏସିଆନ୍ ଫେଡେରେସନ୍ ଅଫ୍‌ ଆଡ୍‌ଭର୍ଟାଇଜିଂ ଆସୋସିଏସନ୍‌ ପକ୍ଷରୁ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe