ଭୁବନେଶ୍ୱର : ରୁପା ଏବଂ ଫେସନ ଜୁଏଲାରି ସୋ’ରୁମ୍ ’ସାକ୍ଷୀ’ ଉଦ୍ଘାଟିତ ହୋଇଯାଇଛି। ବିଏମ୍ସି ଭବାନୀ ମଲ୍ ପରିସରରେ ଏହି ଷ୍ଟୋରକୁ ଆଜି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦ୍ଘାଟନ କରିଛନ୍ତି। କୋଲକାତା, ଦୁର୍ଗାପୁର, ନାଗପୁର, କଟକ, ଜୟପୁର, ବିଳାସପୁର ଆଦି ସହର ପରେ କମ୍ପାନି ଭୁବନେଶ୍ୱରରେ ଏହାର ପ୍ରଥମ ଷ୍ଟୋର ଖୋଲିଛି। ସାକ୍ଷୀରେ କୁନ୍ଦନ, ପୋଲ୍କି, କ୍ୟୁବିକ୍ ଜିର୍କନ୍, ବିଭିନ୍ନ ପ୍ରକାର ଷ୍ଟୋନ୍, ମୁକ୍ତା ଏବଂ ରୁପା ଜୁଏଲାରି ଉପଲବ୍ଧ ହେବ। ଚଳିତବର୍ଷ ସାକ୍ଷୀ ପକ୍ଷରୁ ପୂର୍ବ ଭାରତର ବିଭିନ୍ନ ସହରରେ ଆଉ ୫ଟି ଷ୍ଟୋର ଖୋଲାଯିବ। ଏହି ଅବସରରେ ସାକ୍ଷୀର ତତ୍ତ୍ୱାବଧାୟକ ନିଖିଳ କୋଠାରୀ ଏବଂ ଫ୍ରାଞ୍ଚାଇଜି ତଥା କ୍ରିଷ୍ଣା କଲେକ୍ସନ୍ର ସୁନୀଲ ଓ ଅନୀଲ ସାଙ୍ଗାନେରିଆ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us