‌ଆଗେଇଲା କୋଇଲା ବାଷ୍ପୀକରଣ ପ୍ରକଳ୍ପ: ୧୧,୭୮୨ କୋଟିର ନିବେଶ ସହ ଲଖନପୁର ଅଞ୍ଚଳରେ ସ୍ଥାପନ ହେବ

Advertisment

କଣ୍ଟ୍ରାକ୍ଟର ଚୟନ ପାଇଁ ଟେଣ୍ଡର ଆହ୍ବାନ

କଣ୍ଟ୍ରାକ୍ଟର ଚୟନ ପାଇଁ ଟେଣ୍ଡର ଆହ୍ବାନ

‌ଆଗେଇଲା କୋଇଲା ବାଷ୍ପୀକରଣ ପ୍ରକଳ୍ପ: ୧୧,୭୮୨ କୋଟିର ନିବେଶ ସହ ଲଖନପୁର ଅଞ୍ଚଳରେ ସ୍ଥାପନ ହେବ

ଭୁବନେଶ୍ବର: ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଞ୍ଚଳରେ ସ୍ଥାପନ ହେବାକୁ ଥିବା କୋଇଲାରୁ ଆମୋନିଅମ୍ ନାଇଟ୍ରେଟ୍‌ ପ୍ରକଳ୍ପ ଲାଗି ଏଲ୍‌ଏସ୍‌ଟିକେ-୨ କଣ୍ଟ୍ରାକ୍ଟର ଚୟନ କରିବା ନିମନ୍ତେ ଭାରତ କୋଲ୍‌ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ୍‌ (ବିସିଜିସିଏଲ୍‌) ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିସିଜିସିଏଲ୍‌ ହେଉଛି କୋଲ୍‌ ଇଣ୍ଡିଆ ଓ ଭେଲ୍‌ର ମିଳିତ ସହଯୋଗରେ ସ୍ଥାପନ କରାଯାଇଥିବା ଯୌଥ ଉଦ୍ୟୋଗ। ଏଥିରେ କୋଲ୍‌ ଇଣ୍ଡିଆର ୫୧ ପ୍ରତିଶତ ଓ ଭେଲ୍‌ର ୪୯ ପ୍ରତିଶତ ଅଂଶଧନ ରହିଛି। ଚଳିତ ବର୍ଷ ମେ’ ୨୧ରେ କମ୍ପାନି ଗଠନ ହୋଇଛି।

କୋଇଲା ବାଷ୍ପୀକରଣ ପ୍ରକଳ୍ପକୁ ୧୧,୭୮୨ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଉଛି। ଏଥିପାଇଁ ଲଖନପୁର ଅଞ୍ଚଳରୁ ବାର୍ଷିକ ୦.୬୬ ନିୟୁତ ଟନ୍ କୋଇଲା ବ୍ୟବହାର କରାଯିବ। ଏଥିପାଇଁ ଭେଲ୍‌ ପକ୍ଷରୁ ‌ସ୍ବଦେଶୀ ଜ୍ଞାନକୌଶଳ ପ୍ରଦାନ କରାଯିବ। ପ୍ରକଳ୍ପକୁ ଚାରିଟି ପ୍ୟାକେଜ୍‌ରେ ତିଆରି କରାଯିବ। ପ୍ରଥମ ତିନିଟି ଏଲ୍‌ଏସ୍‌ଟିକେ ପର୍ଯ୍ୟାୟକୁ ଟେଣ୍ଡର ଜରିଆରେ ଏବଂ ଚୂଡ଼ାନ୍ତ ଏଲ୍‌ଏସ୍‌ଟିକେକୁ ଭେଲ୍‌ ମନୋନୟନ ଜରିଆରେ ସମ୍ପାଦନ କରିବ।

ଏହି ପ୍ରକଳ୍ପକୁ ସ୍ଥାପନ କରିବା ଲାଗି କୋଲ୍ ଇଣ୍ଡିଆ ପାଖରେ ଥିବା ୩୫୦ ଏକର ଜମି ଚିହ୍ନଟ କରାଯାଇଛି। ଏଥିରୁ‌ ଯେଉଁ ଆମୋନିଅମ୍ ନାଇଟ୍ରେଟ୍‌ ଉତ୍ପାଦନ ହେବ ତାହାକୁ କୋଲ୍‌ ଇଣ୍ଡିଆ ନେବ ଏବଂ ନିଜର କୋଇଲା ଖଣିରେ ବିସ୍ଫୋରକ ଭାବେ ବ୍ୟବହାର କରିବ। ଏହା ହେବ ବାଣିଜ୍ୟିକ ଉଦ୍ଦେଶ୍ୟରେ ସ୍ଥାପନ କରାଯାଉଥିବା ପ୍ରଥମ କୋଇଲା ବାଷ୍ପୀକରଣ ପ୍ରକଳ୍ପ ଯେଉଁଥି‌ରେ ଭେଲ୍‌ର ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର ହେବ। ଏହି ପ୍ରକଳ୍ପ ପାଇଁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୧୩୫୦ କୋଟି ଟଙ୍କାର ପ୍ରୋତ୍ସାହନ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe