ନାଇନ୍ ଫାଉଣ୍ଡେସନର ୧୦୦୦ କୋଟି ବ୍ୟବସାୟ ଲକ୍ଷ୍ୟ

Advertisment
ନାଇନ୍ ଫାଉଣ୍ଡେସନର ୧୦୦୦ କୋଟି ବ୍ୟବସାୟ ଲକ୍ଷ୍ୟ

ଭୁବନେଶ୍ବର: ମହିଳାଙ୍କ ଲାଗି ସାନିଟାରି ନାପ୍‌କିନ୍ ବିକ୍ରି କରୁଥିବା‌ ନାଇନ୍ ଫାଉଣ୍ଡେସନ ଆସନ୍ତା ପାଞ୍ଚ ବର୍ଷ ଭିତରେ ୧୦୦୦ କୋଟି ଟଙ୍କାର କାରବାର କରିବାକୁ ଲକ୍ଷ୍ୟ ରଖିଛି। ସଂସ୍ଥାର ସିଇଓ ରିଚ୍ଚା ସିଂହ କହିଛନ୍ତି ଯେ, ବର୍ତ୍ତମାନ ଆମ କାରବାର ୨୦୦ କୋଟି ଟଙ୍କା ପାଖାପାଖି ରହିଛି। ଆମେ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ। ଆମର ସାନିଟାରି ନାପ୍‌କିନ୍ ଯୁବତୀ ଓ ମହିଳାଙ୍କ ଦ୍ବାରା ବିଶେଷ ଭାବେ ଗ୍ରହଣୀୟ ହୋଇଛି। ଓଡ଼ିଶାର ଗ୍ରାହକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରୁଛନ୍ତି। ତେଣୁ ମୁଁ ଭାବୁଛି ଯଦି ଏହି ଭଳି ଭାବେ ବ୍ୟବସାୟ ଅଭିବୃଦ୍ଧି ଜାରି ରହିବ ତେବେ ଆମେ ଶୀଘ୍ର ୧୦୦୦ କୋଟି ଟଙ୍କା କାରବାର ସ୍ତରରେ ପହଞ୍ଚିଯିବୁ। ସେ କହିଲେ, ପ୍ରାୟ ୧୫% ମହିଳା ସାନିଟାରି ନାପ୍‌କିନ୍ ବ୍ୟବହାର କରନ୍ତି। ଗ୍ରାମାଞ୍ଚଳରେ ଏଭଳି ୨୦% ମହିଳା ଅଛନ୍ତି ଯେଉଁମାନେ ଏହାକୁ ବ୍ୟବହାର କରିବା ଭଳି ସ୍ଥିତିରେ ନାହାନ୍ତି। ଅନ୍ୟ ଯେଉଁ ମହିଳା ରହିଗଲେ ସେମାନଙ୍କ ମଧ୍ୟରେ ଏହାର ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବାକୁ ହେବ। ସେଥିପାଇଁ ଆମେ ବିଭିନ୍ନ ସ୍ଥାନରେ ଏନ୍‌ଜିଓ, ଶିକ୍ଷା ବୋର୍ଡ, ସରକାର, ସ୍କୁଲ ଓ ଗ୍ରାମ ପଞ୍ଚାୟତଗୁଡ଼ିକ ସହ ମିଶି କାମ କରୁଛୁ ବୋଲି ସେ କହିଛନ୍ତି। ନାଇନ୍ ଫାଉଣ୍ଡେସନର ସାନିଟାରି ନାପ୍‌କିନ୍‌ଗୁଡ଼ିକ ୨୫-୩୦ ଟଙ୍କାରେ ବିକ୍ରି ହେଉଛି। ପ୍ରତି ପ୍ୟାକେଟ୍‌ରେ ୬ଟି ପ୍ୟାଡ୍‌ ରହୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe