ଭୁବନେଶ୍ବର: ଶୁଦ୍ଧ ପ୍ଲସ୍ ହାଇଜିନ୍ ପ୍ରଡକ୍ଟସ୍ ପକ୍ଷରୁ ୨୦୧୮ ମେ’ ୨୮ରେ ‘ନାଇନ୍’ ବ୍ରାଣ୍ଡ୍ ନାମରେ ସାନିଟାରି ନାପ୍କିନ୍ ଉନ୍ମୋଚନ କରାଯାଇଥିଲା। ଏହି ବ୍ରାଣ୍ଡ୍ ଏକ ବର୍ଷର ଯାତ୍ରା ପୂରଣ କରିଛି। ଏହି ଅବସରରେ ସଂସ୍ଥାର ପ୍ରତିଷ୍ଠାତା ଅମର ତୁଲସୀୟାନ କହିଛନ୍ତି, ଋତୁସ୍ରାବକୁ ନେଇ ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ବାର୍ତାଳାପକୁ ନେଇ ରହିଥିବା ଅନ୍ତରକୁ ଆମେ ଦୂର କରିବାକୁ ଚାହୁଛୁ ଏବଂ ଅଧିକରୁ ଅଧିକ ମହିଳାଙ୍କୁ ସାନିଟାରି ନାପ୍କିନ୍ ବ୍ୟବହାର କରିବା ପାଇଁ ଉତ୍ସାହିତ କରୁଛୁ। ଉତ୍ତର ପ୍ରଦେଶର ଗୋରଖପୁରରେ କଂପାନିର ଉତ୍ପାଦନ ୟୁନିଟ୍ ରହିଛି। ଏହା ସୁଲଭ ମୂଲ୍ୟରେ ସାନିଟାରି ନାପ୍କିନ୍ ଯୋଗାଇ ଦେଉଛି। ଏହାର ଉତ୍ପାଦଗୁଡ଼ିକ ୨୨୦୦ ଡିଲର ଓ ଡିଷ୍ଟ୍ରିବ୍ୟୁଟରଙ୍କ ଜରିଆରେ ବିକ୍ରି କରାଯାଉଛି। କଂପାନିରେ ୭୫୦ କର୍ମଚାରୀ କାମ କରୁଛନ୍ତି। ରିଚା ସିଂହ କଂପାନିର ସିଇଓ ଭାବେ କାର୍ଯ୍ୟ କରୁଥିବା ବେଳେ ଏହାର ବ୍ୟବସାୟ ଅଭିବୃଦ୍ଧିର ରଣନୀତି ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।
‘ନାଇନ୍’ର ଏକ ବର୍ଷ ପୂର୍ତି
Advertisment
Follow Us