ଲଣ୍ଡନରେ ଶୀଘ୍ର ଗିରଫ ହେବେ ନିରବ

Advertisment
ଲଣ୍ଡନରେ ଶୀଘ୍ର ଗିରଫ ହେବେ ନିରବ

ନୂଆଦିଲ୍ଲୀ/ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ବିରୋଧରେ ଲଣ୍ଡନର ଏକ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି। ମନି ଲଣ୍ଡରିଂ ମାମଲାରେ ନିରବଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ପ୍ରବର୍ତନ ନିର୍ଦେଶାଳୟ (ଇଡି) କରିଥିବା ଅନୁରୋଧ ପରିପ୍ରେକ୍ଷୀରେ ଏହି ଗିରଫ ପରୱାନା ଜାରି ହୋଇଛି। ନିରବଙ୍କ ବିରୋଧରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ ପକ୍ଷରୁ ଗିରଫ ପରୱାନା ଜାରି ହୋଇଥିବା ବିଷୟ ଇଡିକୁ ଜଣାଇ ଦିଆଯାଇଛି। ସ୍ଥାନୀୟ ପୁଲିସ ପକ୍ଷରୁ ତାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଆଶା କରାଯାଉଛି। ଏହାପରେ ତାଙ୍କୁ ଅଦାଲତରେ ହାଜର କରାଯିବ। ସେ ମଧ୍ୟ ଜାମିନ ପାଇଁ ଆବେଦନ କରିବେ। ଏହାପରେ ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ ହେବ ବୋଲି କୁହାଯାଇଛି। ନିକଟରେ ନିରବ ଲଣ୍ଡନର ଏକ ବିଳାସପୂର୍ଣ୍ଣ ‌ଆପାର୍ଟମେଣ୍ଟରେ ରହିବା ସହ ସେଠାରେ ନୂଆକରି ହୀରା ଗହଣା ବ୍ୟବସାୟ କରୁଥିବା ବିଷୟ ବ୍ରିଟେନର ଏକ ସମ୍ବାଦପତ୍ର ପକ୍ଷରୁ ପ୍ରକାଶ କରାଯାଇଥିଲା। ସାମ୍ବାଦିକ ତାଙ୍କୁ ଏକାଧିକ ପ୍ରଶ୍ନ ପଚାରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe