ନିରବ ମୋଦି ଠକେଇ: ଏସ୍‌ଆଇଟି ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

Advertisment
ନିରବ ମୋଦି ଠକେଇ: ଏସ୍‌ଆଇଟି ତଦନ୍ତ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, : ପିଏନ୍‌ବିରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକି ନେଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଠକେଇ ଘଟଣାର ତଦନ୍ତ ଏକ ଏସ୍‌ଆଇଟି ଦ୍ୱାରା କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏ ସଂକ୍ରାନ୍ତ ଜନସ୍ୱାର୍ଥ ମାମଲାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଜନସ୍ୱାର୍ଥ ମାମଲା ପାଇଁ କରାଯାଇଥିବା ଆବେଦନରେ ଠକେଇ ସମ୍ପର୍କରେ ଯେଉଁସବୁ ଅଭିଯୋଗ କରାଯାଇଛି ତାହା ଭିତ୍ତିହୀନ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଏହି ଠକେଇ ମାମଲାରେ ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ବିରୋଧରେ ଯେଉଁସବୁ ଅଭିଯୋଗ ଅଣାଯାଇଛି ତାହାର କୌଣସି ଭିତ୍ତି ନାହିଁ ବୋଲି ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଅଦାଲତରେ ଯୁକ୍ତି ଦର୍ଶାଇଥିଲେ। ଏତଦ୍‌ବ୍ୟତୀତ ଏହି ମାମଲାରେ ଚାର୍ଜସିଟ୍‌ ମଧ୍ୟ ଦାଖଲ ହୋଇ ସାରିଲାଣି। ଆଟର୍ଣ୍ଣି ଜେନେରାଲଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ଏସ୍‌ଆଇଟି ତଦନ୍ତ ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି।
ବ୍ରାଡି ହାଉସ୍‌ ଶାଖାର ବଡ଼ ଗ୍ରାହକ ବିଦାହେବେ
ମୁମ୍ବାଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ର ୧୩ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ଠକେଇ ମାମଲାର କେନ୍ଦ୍ରବିନ୍ଦୁ ଥିବା ମୁମ୍ବାଇର ବ୍ରାଡି ହାଉସ୍‌ ଶାଖାରେ ଅନେକ ବ୍ୟାଙ୍କିଂ କାର୍ଯ୍ୟକୁ ବନ୍ଦ କରି ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ଦେଶରେ ସବୁଠୁ ବଡ଼ ବ୍ୟାଙ୍କ ଠକେଇର ପ୍ରତୀକ ପାଲଟି ଯାଇଥିବା ଏହି ଶାଖାର ବ୍ୟବସାୟକୁ ସଙ୍କୁଚିତ କରି ଦିଆଯିବ। ଏଠାରେ ଥିବା ବଡ଼ ବଡ଼ ଗ୍ରାହକଙ୍କ ଆକାଉଣ୍ଟକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଏହି ଶାଖାର କେତେଜଣ ଅଧିକାରୀ ଓ କର୍ମଚାରୀଙ୍କୁ ହାତକରି ହୀରା ବ୍ୟବସାୟୀ ନିରବ ମୋଦି ବିଦେଶରେ ଥିବା ଅନ୍ୟ ଭାରତୀୟ ବ୍ୟାଙ୍କରୁ ଟଙ୍କା ଉଠାଇଛନ୍ତି। ଏହି ଶାଖାରେ ଏକ ବୈଦେଶିକ ମୁଦ୍ରା ବିନିମୟ ବିଭାଗ ରହିଛି। ଏଠାରେ ମୁଖ୍ୟତଃ ମଧ୍ୟମ ଧରଣର କର୍ପୋରେଟ୍‌ ଆକାଉଣ୍ଟ ମଧ୍ୟ ରହିଛି। ଏସବୁରେ ପୁନର୍ଗଠନ କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଏଠାରେ ଚାଲିଥିବା ବ୍ୟାଙ୍କର ରିଟେଲ ବ୍ୟବସାୟ ପୂର୍ବପରି ଚାଲିବ। ତେବେ ପିଏନ୍‌ବିର ପ୍ରବକ୍ତା ବ୍ରାଡି ହାଉସ୍‌ ଶାଖାର ଅଧିକାଂଶ ବ୍ୟବସାୟ ବନ୍ଦ ହେବା ଖବରକୁ ଖଣ୍ଡନ କରାଯାଇଛି। ତେବେ ବଡ଼ ଆକାଉଣ୍ଟ ଗୁଡ଼ିକ ସ୍ଥାନାନ୍ତର ସମ୍ପର୍କରେ ସେ କହିଛନ୍ତି, ଏହା ଏକ ନିୟମିତ ପ୍ରକ୍ରିୟା। ବ୍ୟାଙ୍କର ଆଭ୍ୟନ୍ତରୀଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଏହା କରାଯାଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe