DNA India
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବ୍ରିଟେନ୍ର ଏକ କୋର୍ଟରେ ଆରମ୍ଭ ହୋଇଛି। ଏହି ଅବସରରେ ନିରବଙ୍କ ଆଇନଜୀବୀ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ନିରବଙ୍କୁ ଭାରତ ପ୍ରତ୍ୟାର୍ପଣ କଲେ ତାଙ୍କ ମଧ୍ୟରେ ରହିଥିବା ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବ ଓ ତାଙ୍କ ମାନସିକ ସ୍ବାସ୍ଥ୍ୟ ବିଗିଡ଼ିଯିବ। ଭାରତ ପଠାଇଲେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ରଖାଯିବ।
ସେହି ଜେଲ୍ର ସ୍ଥିତି ଭଲ ନାହିଁ। ନିରବ ଯେଉଁ ପ୍ରକାର ସେବା ଦରକାର କରୁଛନ୍ତି ତାହା ତାଙ୍କୁ ସେଠାରେ ମିଳିବ ନାହିଁ। ଯଦି ସେ କୋଭିଡ୍ରେ ସଂକ୍ରମିତ ହେବେ ତାଙ୍କୁ ଠିକ୍ ସେବା ମିଳିବ ନାହିଁ। ତାଙ୍କୁ ଭାରତରେ ଉଚିତ ନ୍ୟାୟ ମିଳିବ ନାହିଁ ବୋଲି ମଧ୍ୟ ନିରବଙ୍କ ଆଇନଜୀବୀ କହିଛନ୍ତି। ନିରବଙ୍କୁ ଭାରତ ପ୍ରତ୍ୟର୍ପଣ କରିବା ଲାଗି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି ତାହାକୁ ନିରବ ଲଣ୍ଡନ ହାଇକୋର୍ଟରେ ଚ୍ୟାଲେଞ୍ଜ୍ କରିବା ଲାଗି ପ୍ରୟାସ କରୁଛନ୍ତି। ଏହି ୫୦ ବର୍ଷୀୟ ହୀରା ବ୍ୟବସାୟୀ ବହୁ ଦିନରୁ ପଶ୍ଚିମ ଲଣ୍ଡନର ୱାଣ୍ଡସ୍ୱର୍ଥ ଜେଲ୍ ବିଚାରଧୀନ କଏଦୀ ଭାବେ ରହିଛନ୍ତି।
Follow Us