ନୂଆଦିଲ୍ଲୀ: ଦେଶରେ ଦରଦାମ୍ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିବାରୁ ତାହା ଅଭିବୃଦ୍ଧିକୁ ପ୍ରଭାବିତ କରିବା ଆରମ୍ଭ କରିଛି। ତେଣୁ ସରକାର ବେଶ୍ ଚିନ୍ତିତ ହୋଇପଡ଼ିଛନ୍ତି। ସେଥିପାଇଁ ସୁଧ କମ୍ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପ୍ରୟୋଗ କରାଯାଉଛି। କିଛି ଦିନ ପୂର୍ବେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ୍ ରିଜର୍ଭ ବ୍ୟାଙ୍କକୁ ସୁଧ କମ୍ କରିବାକୁ କହିଥିଲେ। ଏବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୁଧ କମାଇବା କଥା କହିଛନ୍ତି। ସୁଧ କମ୍ କରିବାକୁ ସେ ବ୍ୟାଙ୍କଗୁଡ଼ିକ ଉପରେ ଚାପ ପକାଇଛନ୍ତି। ନିର୍ମଳା କହିଛନ୍ତି ଯେ ଋଣ ଉପରେ ସୁଧ ହାର ଉଚ୍ଚ ସ୍ତରରେ ଥିବାରୁ ନିଜ ବ୍ୟବସାୟକୁ ବଢ଼ାଇବାକୁ ଚାହୁଥିବା ଶିଳ୍ପସଂସ୍ଥାଗୁଡ଼ିକ ଲାଗି ଅନେକ ଆହ୍ବାନ ସୃଷ୍ଟି ହୋଇଛି। କଳ କାରଖାନାଗୁଡ଼ିକର କ୍ଷମତା ବଢ଼ାଇବା ଓ ଶିଳ୍ପକୁ ସମ୍ପ୍ରସାରଣ କରିବାକୁ ହେଲେ ସୁଧ କମିବା ଦରକାର ବୋଲି ସେ କହିଛନ୍ତି। ଦରଦାମ୍ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ରିଜର୍ଭ ବ୍ୟାଙ୍କ ସୁଧ ହାରକୁ ଉଚ୍ଚରେ ରଖିଛି।
ସୁଧ କମାଇବାକୁ ଚାପ ପକାଇଲେ ନିର୍ମଳା
Advertisment
Follow Us