ତିନି ସପ୍ତାହରେ ମୁକାବିଲା ନହେଲେ ସମସ୍ୟା: ନିର୍ମଳା

Advertisment
ତିନି ସପ୍ତାହରେ ମୁକାବିଲା ନହେଲେ ସମସ୍ୟା: ନିର୍ମଳା

India Today

ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଏଥି ସହିତ ସେ ଏହା ମଧ୍ୟ ଜଣାଇ ଦେଇଛନ୍ତି ଯେ ଯଦି ତିନି ସପ୍ତାହ ଭିତରେ କରୋନାର ସଫଳ ମୁକାବିଲା କରାନଯିବ ତେବେ ତାହା ଦେଶ ପାଇଁ ବଡ଼ ଆହ୍ବାନ ଭାବେ ଉଭା ହେବ। କରୋନା ପ୍ରଭାବ ଯୋଗୁଁ ଭାରତୀୟ ଉଦ୍ୟୋଗ ଜଗତ ଘୋର କଞ୍ଚାମାଲ ସମସ୍ୟା ଦେଇ ଗତି କରୁଛି। ଔଷଧ ନିର୍ମାତାଙ୍କ ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ କଂପାନିଗୁଡ଼ିକ କଞ୍ଚାମାଲ ସମସ୍ୟା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କାରଣ ଭାରତୀୟ କଂପାନିଗୁଡ଼ିକ ନିଜର ଅଧିକାଂଶ କଞ୍ଚାମାଲ ଚୀନ୍‌ରୁ ମଗାଉଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ, କରୋନାକୁ ନେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଆସନ୍ତା ମାର୍ଚ୍ଚ ୩ରେ ଆମଦାନିକାରୀ ଓ ରପ୍ତାନିକାରୀମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe