ଆୟକର ଛାଡ଼ ପଛର କାରଣ କହିଲେ ନିର୍ମଳା: ‘ସରକାର ଚାହୁନାହାନ୍ତି ମାସକୁ ଲକ୍ଷେ ଆୟ ଉପରେ ଟିକସ ଲାଗୁ’

Advertisment

୨୦୨୫-୨୬ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ରିହାତି ଦେଇଛନ୍ତି। ବର୍ଷକୁ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ଟିକସ ଦେବାକୁ ପଡ଼ିବନି ବୋଲି ଘୋଷଣା କରିଛନ୍ତି।

୨୦୨୫-୨୬ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ରିହାତି ଦେଇଛନ୍ତି। ବର୍ଷକୁ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ଟିକସ ଦେବାକୁ ପଡ଼ିବନି ବୋଲି ଘୋଷଣା କରିଛନ୍ତି।

ମୁଣ୍ଡପିଛା ଆୟ ୧,୧୨,୮୩୫ ଟଙ୍କା

ନୂଆଦିଲ୍ଲୀ: ୨୦୨୫-୨୬ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆୟକରରେ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ରିହାତି ଦେଇଛନ୍ତି। ବର୍ଷକୁ ୧୨ ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ ଟିକସ ଦେବାକୁ ପଡ଼ିବନି ବୋଲି ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ଏହି ନିଷ୍ପତ୍ତି ପଛର କାରଣ ଜଣାଇଛନ୍ତି। ସେ କହିଛନ୍ତି ଯେ ସରକାର ଭାବୁଛନ୍ତି ଯେଉଁମାନଙ୍କ ମାସିକ ଆୟ ଏକ ଲକ୍ଷ ଟଙ୍କା, ସେମାନେ ଟିକସ ନ ଦିଅନ୍ତୁ। ଦୁଇଟି ଉପାୟରେ ଆମେ ଏହାକୁ ହାସଲ କରିବାକୁ ଉଦ୍ୟମ କରିଛୁ। ପ୍ରଥମେ ଟିକସ ସ୍ଲାବ୍ ହାରକୁ ହ୍ରାସ କରି ତାହାକୁ ପର୍ଯ୍ୟାୟକ୍ରମେ ପ୍ରଗତିଶୀଳ ଢାଞ୍ଚାରେ ପରିଣତ କରାଯାଉଛି ଏବଂ ଦ୍ବିତୀୟରେ ବିଭିନ୍ନ ଆୟବର୍ଗର ଲୋକଙ୍କୁ ଆଶ୍ବସ୍ତି ଦେବାଲାଗି ଟିକସ ସ୍ଲାବ୍‌ର ସମ୍ପ୍ରସାରଣ କରାଯାଇଛି। କିଛି ଟିକସଦାତାଙ୍କୁ ଅତିରିକ୍ତ ରିହାତି ପ୍ରଦାନ କରାଯାଇଛି। 

ସରକାର ଚାହୁଛନ୍ତି ଲୋକଙ୍କ ଯେଉଁ ସଞ୍ଚୟ ହେବ ତାହା ଉପଯୋଗିତା, ସଞ୍ଚୟ କିମ୍ବା ନିବେଶ ଜରିଆରେ ଅର୍ଥନୀତିରେ ଯୋଡ଼ିହେଉ ‌ବୋଲି ସେ କହିଛନ୍ତି। କଂଗ୍ରେସ ସମୟର ଟିକସ ଢାଞ୍ଚା ଉପରେ ଆଲୋଚନା କରିବା ସହ ସେ କହିଛନ୍ତି ଯେ ଟିକସ ସ୍ଲାବ୍‌ରେ ହ୍ରାସ ପରେ ଆମ ସରକାର କିଛି ଟିକସଦାତାଙ୍କୁ ଅତିରିକ୍ତ ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଲେ, କଂଗ୍ରେସ ସମୟରେ ୨୦୧୪ରେ ଯେଉଁମାନେ ବର୍ଷକୁ ୮ ଲକ୍ଷ ଟଙ୍କା ରୋଜଗାର କରୁଥ‌ିଲେ, ଏବେ ସେମାନଙ୍କ ଆୟ ଲକ୍ଷେ ଟଙ୍କା ହୋଇଗଲାଣି। ୨୦୧୪ରେ ସେମାନଙ୍କୁ ଲକ୍ଷେ ଟଙ୍କାର ଟିକସ ଗଣିବାକୁ ପଡ଼ୁଥିଲା। ଏବେ ସେମାନଙ୍କୁ ଟଙ୍କାଟିଏ ବି ଟିକସ ଦେବାକୁ ପଡ଼ିବନି। ୨୦୧୪ରେ ବର୍ଷକୁ ୧୨ ଲକ୍ଷ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାର ଟିକସ ଦେବାକୁ ପଡ଼ୁଥିଲା। ଏବେ ସେମାନଙ୍କୁ ବି କିଛି ଟିକସ ଦେବାକୁ ପଡ଼ିବନି। ଏହାର ଅର୍ଥ ହେଉଛି ସେମାନଙ୍କ ପକେଟ୍‌ରେ ୨ ଲକ୍ଷ ଟଙ୍କା ରହିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ୨୦୧୪ରେ ବର୍ଷକୁ ୨୪ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ୫.୬ ଲକ୍ଷ ଟଙ୍କାର ଟିକସ ଦେଉଥିଲେ। ଏବେ ସେମାନଙ୍କୁ ମାତ୍ର ୩ ଲକ୍ଷ ଟଙ୍କାର ଆକୟର ଦେବାକୁ ପଡ଼ିବ। ସେମାନଙ୍କ ପକେଟ୍‌ରେ ୨.୬ ଲକ୍ଷ ଟଙ୍କା ରହିବ। କେବଳ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତି ନୁହେଁ, ସବୁ ବର୍ଗର ଲୋକମାନଙ୍କ ଟିକସ ବୋଝ ବଜେଟ୍‌ରେ କମ୍ କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe