୨୦ରୁ ନିର୍ମଳାଙ୍କ ପ୍ରାକ୍-ବଜେଟ୍‌ ଆଲୋଚନା

ସୋସିଆଲ ମିଡିଆ ଆର୍ଥିକ ପରାମର୍ଶଦାତାଙ୍କ ଉପରେ ଲାଗିବନି କଟକଣା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତ ମାସ ୨୦ରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାକ୍ ବଜେଟ୍‌ ବୈଠକ ଆରମ୍ଭ କରିବେ। ‌ସେ ଶିଳ୍ପ ସଂଗଠନଗୁଡ଼ିକ ସହ କଥାବାର୍ତ୍ତା କରି ବଜେଟ୍‌ରୁ ସେମାନେ କ’ଣ ଆଶା କରୁଛନ୍ତି ତାହା ଜାଣିବାକୁ ପ୍ରୟାସ କରିବେ। ଜୁଲାଇ ମାସରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବାର ଯୋଜନା ରହିଛି। ପ୍ରାକ୍ ବଜେଟ୍‌ ଆଲୋଚନା ପୂର୍ବରୁ ଚଳିତ ମାସ ୧୮ରେ ରାଜସ୍ବ ସଚିବ ସଞ୍ଜୟ ମଲ୍‌ହୋତ୍ରା ଶିଳ୍ପ ସଂଘଗୁଡ଼ିକ ସହ ଆଲୋଚନା କରିବେ। ନିକଟ ଭବିଷ୍ୟତରେ ଭାରତକୁ ଏକ ୫ ଟ୍ରିଲିଅନ୍ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ବିକଶିତ କରିବାକୁ ଲକ୍ଷ୍ୟ ରଖିଥିବା ମୋଦୀ ସରକାର ଏଥରର ବଜେଟ୍‌ରେ ଦରଦାମ୍‌କୁ ନିୟନ୍ତ୍ରଣରେ ରଖି ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଉପରେ ଜୋର ଦେଇପାରନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସରକାରଙ୍କୁ ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ଦିଆଯାଇଥିବାରୁ ବ୍ୟୟ ବଢ଼ାଇବା ଲାଗି ସରକାରଙ୍କ ପାଖରେ ଯଥେଷ୍ଟ ସୁଯୋଗ ରହିଛି। ଏଥର ମେଣ୍ଟ ସରକାର ହୋଇଥିବାରୁ ଜନପ୍ରିୟ ଯୋଜନା ଘୋଷଣା ଉପରେ ସରକାର ଅଧିକ ଜୋର ଦେଇପାରନ୍ତି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe