ନିର୍ଭୟା ପାଣ୍ଠିରେ ରାଜ୍ୟର ୧୯ଟି ଷ୍ଟେସନରେ ଲାଗିବ ସିସିଟିଭି

Advertisment
ଜେଲ୍‌ରେ ପ୍ରଶାସନର ଚଢ଼ଉ, ଖରାପ ସିସି କ୍ୟାମେରା ବଦଳିଲା

ନୂଆଦିଲ୍ଲୀ: ନିର୍ଭୟା ପାଣ୍ଠିକୁ ବ୍ୟବହାର କରି ସିସିଟିଭି କ୍ୟାମେରା ଲଗାଇବା ପାଇଁ ରାଜ୍ୟର ୧୯ଟି ଷ୍ଟେସନକୁ ଚୟନ କରାଯାଇଛି। ସାରା ଦେଶରେ ଏଥିପାଇଁ ୯୮୩ଟି ଷ୍ଟେସନକୁ ଚୟନ କରାଯାଇଛି। କେଉଁ ରାଜ୍ୟର କେତୋଟି ଷ୍ଟେସନରେ ସିସିଟିଭି ଲଗାଯିବ ତାହାର ଏକ ତାଲିକା ଜାରି କରାଯାଇଛି। ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ଉପରେ ନଜର ରଖିବା ପାଇଁ ସିସିଟିଭି ବ୍ୟବହାର କରାଯିବ। ଏହା ବ୍ୟତୀତ ସର୍ବଭାରତୀୟ ସୁରକ୍ଷା ହେଲ୍‌ପଲାଇନ୍‌ ୧୮୨କୁ ୭୦ଟି ଡିଭିଜନାଲ୍‌ ସିକ୍ୟୁରିଟି କଣ୍ଟ୍ରୋଲ୍‌ ରୁମ୍‌ ଜରିଆରେ କାର୍ଯ୍ୟକାରୀ କରାଯାଇଛି। ଏହି ହେଲ୍‌ପ୍‌ଲାଇନ୍‌କୁ ସ୍ୱୟଂଚାଳିକ କରିବାକୁ ଯୋଜନା ରଖାଯାଇଛି। ସମସ୍ତ ଯାତ୍ରୀବାହୀ ଟ୍ରେନ୍‌ରେ ରହୁଥିବା ଗାର୍ଡଙ୍କ ନିକଟରେ ଫାଷ୍ଟ୍‍-ଏଡ୍‌ ବକ୍ସ ରଖାଯାଇଛି। ଯାତ୍ରୀମାନଙ୍କର କୌଣସି ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଲେ ଏହାକୁ ବ୍ୟବହାର କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe