ଜାମନଗରରେ ପୁଅର ବିବାହକୁ ନେଇ ମା’ ନୀତାଙ୍କ ପ୍ରତିକ୍ରିୟା

ଜାମନଗରରେ ପୁଅର ବିବାହକୁ ନେଇ ମା’ ନୀତାଙ୍କ ପ୍ରତିକ୍ରିୟା

ମୁମ୍ବାଇ: କିଛିଦିନ ହେବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ବାହାଘରକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନନ୍ତଙ୍କ ବିବାହ ଆସନ୍ତା ଜୁଲାଇ ୧୨ରେ ରାଧିକା ମର୍ଚ୍ଚାଣ୍ଟଙ୍କ ସହିତ ମୁମ୍ବାଇରେ ହେବ।

ବିବାହକୁ ଆଉ କିଛି ମାସ ବାକି ଥିବା ବେଳେ ଅନନ୍ତ ଅମ୍ବାନି ଓ ରାଧିକାଙ୍କ ପ୍ରି ୱେଡିଂ ସେଲିବ୍ରେସନ ଆରମ୍ଭ ‌ହୋଇଯାଇଛି। ପୁଅର ବିବାହକୁ ନେଇ ମା ନୀତା ଅମ୍ବାନିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି।

ଯେଉଁଥିରେ ସେ କଳା ଓ ସଂସ୍କୃତି ପ୍ରତି ଭଲ ପାଇବା ଓ ପୁଅ ଅନନ୍ତ ଅମ୍ବାନିଙ୍କ ବିବାହ ପାଇଁ ଜାମନଗରକୁ ବାଛିଥିବା କହିଛନ୍ତି। ଏହି ଭିଡିଓରେ ନୀତା କହିଛନ୍ତି, ‘ମୁଁ ମୋର ଜୀବନ‌ରେ କଳା ଓ ସଂସ୍କୃତି ପ୍ରତି ଖୁବ ପ୍ରଭାବିତ। ତେଣୁ ମୁଁ ସାନପୁଅର ବିବାହରେ କଳା ଓ ସଂସ୍କୃତିକୁ ଭରି ଦେବାକୁ ଇଚ୍ଛା ରଖିଥିଲି। ଏଥିସହିତ ଜାମନଗରକୁ ମୁଁ ଖୁବ ଭଲପାଏ। ଏହାର କଳା ଓ ସଂସ୍କୃତି ପ୍ରତି ମୁଁ  ଖୁବ  ଜଡ଼ିତ।’

ଶୁକ୍ରବାର ସୋସିଆଲ ମିଡିଆରେ ବିମାନବନ୍ଦରର ଏକ ଭିଡିଓ ସାମ୍ନାକୁ ଆସିଥିଲା ​। ‌ଯେଉଁଥି‌ରେ ଅନନ୍ତଙ୍କ ପ୍ରିୱେଡିଂ ପାଇଁ ଲାଉଞ୍ଜ୍‌କୁ ଫୁଲ ସହ ଗୋଲାପୀ, କମଳା ଏବଂ ନୀଳ ରଙ୍ଗର କପଡ଼ାରେ ସଜାଯାଇଥିବା ଦେଖିବାକୁ ମିଳିଥିଲା ।

ଭାରତର ସମୃଦ୍ଧ ସଂସ୍କୃତିର ଝଲକ ସହିତ ଅତିଥିମାନଙ୍କ ସତ୍କାର ପାଇଁ ବିମାନବନ୍ଦର ବାହାରେ ବିରାଟ ଚିତ୍ର ଏବଂ ଦୀପ ମଧ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe