ଏୟାର-ଇଣ୍ଡିଆ ବିକ୍ରି ପାଇଁ ଏବେ ଅର୍ଥନୈତିକ ପାଣିପାଗ ଭଲ ନାହିଁ : ମନ୍ତ୍ରୀ

Advertisment
କର୍ମଚାରୀଙ୍କ ଦରମା କାଟ ବନ୍ଦ କଲା ଏୟାର ଇଣ୍ଡିଆ

The Hindu

ନୂଆଦିଲ୍ଲୀ : ନିକଟ ଭବିଷ୍ୟତରେ ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାର ଇଣ୍ଡିଆକୁ ପୁଣି ବିକ୍ରି କରିବାର କୌଣସି ଯୋଜନା ନାହିଁ ବୋଲି କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ବର୍ତ୍ତମାନର ଅର୍ଥନୈତିକ ପାଣିପାଗ ଏହି କମ୍ପାନିର ବିକ୍ରି ପାଇଁ ଅନୂକୂଳ ନାହିଁ ।

ଅସ୍ଥିର ତେଲ ଦର ଓ ଟଙ୍କାର ଦୁର୍ବଳ ଅବସ୍ଥା ଏହି ବିକ୍ରି ପାଇଁ ଅନୁକୂଳ ପାଗ ସୃଷ୍ଟି କରୁନାହିଁ । ପରିସ୍ଥିତି ସୁଧୁରିଲେ ଏଥି ପାଇଁ ପୁଣି ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି । ଗତ ବର୍ଷ ଏୟାରଇଣ୍ଡିଆ ବିକ୍ରି ପାଇଁ ବିଡ୍‌ ଆହ୍ଵାନ କରାଯାଇଥିଲେ ମଧ୍ୟ କେହି କ୍ରେତା ଆସିନଥିଲେ । କିଛିଦିନ ତଳେ ଖବର ଆସିଥିଲା ଯେ ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ବିକ୍ରି କରିବା ପାଇଁ ସରକାର ପୁଣି ଉଦ୍ୟମ କରିବେ। କଂପାନିର ୧୦୦% କିମ୍ବା ୭୫% ଅଂଶଧନ ସହିତ ଏହାର ମାଲିକାନାସତ୍ତ୍ବ ବିକ୍ରି କରିବାକୁ ଉଦ୍ୟମ କରାଯିବ। ଏଥିପାଇଁ ବିକ୍ରି ପ୍ରସ୍ତାବରେ ସଂଶୋଧନ ଅଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe