ଜିଓର ମାଗଣା ଟି-ସାର୍ଟ ପାଇଁ ନାମ ପଞ୍ଜିକରଣ କରିଛନ୍ତି?

ଜିଓର ମାଗଣା ଟି-ସାର୍ଟ ପାଇଁ ନାମ ପଞ୍ଜିକରଣ କରିଛନ୍ତି?

ମୁମ୍ବାଇ: ନିଜ ଜିଓ ନମ୍ବରକୁ ପଞ୍ଜିକରଣ କରାଇ ଆସନ୍ତା ୨୬ ତାରିଖ ମଧ୍ୟରେ ଏକ ଜିଓ ଟି-ସାର୍ଟ ପାଆନ୍ତୁ ବୋଲି ଏକ ହ୍ଵାଟ୍‌ସଆପ୍‌ ମେସେଜ୍‌ ଆପଣ ପାଇଥିବେ ନିଶ୍ଚୟ। ‘ଆମାଜନ୍‌ ଇଣ୍ଡିଆ’ ପରେ ଏବେ ‘ଜିଓ’ ନାମରେ ଭକୁଆ ବନୁଛନ୍ତି ଗ୍ରାହକ। ରିଲାଏନ୍ସ ଜିଓର ଗ୍ରାହକ ସଂଖ୍ୟା ୨୫ କୋଟି ଛୁଇଁଥିବା ହେତୁ ଆସନ୍ତା ସାଧାରଣତନ୍ତ୍ର ଦିବସରେ ୫ ଲକ୍ଷ ପଞ୍ଜିକୃତ ଗ୍ରାହକଙ୍କୁ ମାଗଣାରେ ଜିଓ ଟି-ସାର୍ଟ ମିଳିବ ବୋଲି ପ୍ରଚାର ହୋଇଥିବା ଖବର ସଂପୂର୍ଣ୍ଣ ଗୁଜବ।

publive-image

ଗତ କିଛି ଦିନ ହେବ ମେସମଜିଂ ଆଫ୍‌ ହ୍ଵାଟ୍‌ସଆପ୍‌ରେ ଏହି ମେସେଜ୍‌ ଘୂରିବାରେ ଲାଗିଛି। ମେସେଜ୍‌ରେ କୁହାଯାଇଛି କି ‘ଜିଓର ୧୫ କୋଟି ଗ୍ରାହକ ପୂରା ହେବା ଖୁସିରେ ନିର୍ମାତା ମୁକେଶ ଅମ୍ବାନୀଜୀ ଏବର୍ଷ ଜାନୁଆରୀ ୨୬ ଅବସରରେ ନିଜର ୫ ଲକ୍ଷ ଗ୍ରାହକଙ୍କୁ ନିଜର ମାଗଣା ଟି-ସର୍ଟ ଉପହାର ଦେବା ପାଇଁ ଶପଥ ନେଇଛନ୍ତି। ଯଦି ଆପଣଙ୍କ ପାଖରେ ବି ଜିଓ ସିମ୍‌ ଅଛି ତେବେ ଏବେ ନିମ୍ନରେ ଦିଆଯାଇଥିବା ନୀଳ ରଂଗର ଲିଙ୍କ୍‌ ଉପରେ କ୍ଲିକ୍‌ କରି ନିଜ ଫର୍ମ ଭରନ୍ତୁ ଓ ମାଗଣା ଟି-ସାର୍ଟ ପ୍ରାପ୍ତ କରନ୍ତୁ।

ଦୟାକରି ଧ୍ୟାନ ଦିଅନ୍ତୁ। ଯଦି ଆପଣଙ୍କ ପରିବାରରେ କାହାର ଜିଓ ସିମ୍‌ ଅଛି ତେବେ ତାଙ୍କ ପାଇଁ ଟି-ସର୍ଟ ପାଇବାକୁ ଆପଣଙ୍କୁ ତାଙ୍କ ଫୋନ୍‌ରୁ କରିବାକୁ ହେବ। ଫର୍ମ ଭରିବାର ଶେଷ ତାରିଖ ୨୦ ଜାନୁଆରୀ। ଟି-ସର୍ଟ ଆପଣଙ୍କୁ ୨୬ ଜାନୁଆରୀ ପୂର୍ବରୁ ମିଳିଯିବ।’

ମାତ୍ର ଜାଣିରଖନ୍ତୁ ଯେ, କମ୍ପାନି ପକ୍ଷରୁ ଏପରି କୌଣସି ଘୋଷଣା କରାଯାଇ ନାହିଁ। ହ୍ଵାଟ୍‌ସଆପ୍‌ରେ ବୁଲିଥିବା ଲିଙ୍କ୍‌ ଉପରେ କ୍ଲିକ୍‌ କଲେ ତାହା ସିଧା ‘ଗୁଗୁଲ୍‌ ପ୍ଲେ’କୁ ପଳାଉଛି। ସେଥିରେ ଗ୍ରାହକଙ୍କୁ ବିଭିନ୍ନ ସୋପନ ଦେଇ ଯିବାକୁ ପଡୁଛି। ଶେଷରେ ଏକ ଆପ୍‌ ଡାଉନ୍‌ଲୋଡ କରିବାର ବିକଳ୍ପ ବି ଦୃଶ୍ୟମାନ ହେଉଛି। ଅଧିକରୁ ଅଧିକର ଆପ୍‌ ଡାଇନ୍‌ଲୋଡ କରାଇବା ସକାଶେ କେହି ଜଣେ ମିଥ୍ୟା ଟି-ସର୍ଟର ପ୍ରଲୋଭନ ଦେଖାଇ ଗ୍ରାହକଙ୍କ ସଂପୃକ୍ତି ସାଉଁଟି ଚାଲିଛି ବୋଲି ସୂଚନା ରହିଛି।

publive-image

ଆପଣ ନିଜେ ପରୀକ୍ଷା କରି ବି ଦେଖି ପାରନ୍ତି। ଆସିଥିବା ଲିଙ୍କ୍‌ ଦେଇ ପୂରା ପ୍ରକ୍ରିୟା ଦେଖିବା ପାଇଁ ଆପଣଙ୍କୁ ଜିଓ ସିମ୍‌ର ଆବଶ୍ୟକତା ନାହିଁ। ଆପଣ କେଉଁ ବି ସିମ୍‌ରେ ଏହି ଲିଙ୍କ୍‌କୁ ଖୋଲିପାରିବେ। ଜିଓ ସହ ଏହାର କୌଣସି ସଂପର୍କ ନାହିଁ ବୋଲି ଭିନ୍ନ ଏକ ସିମ୍‌ରୁ ଲିଙ୍କ୍‌କୁ ଖୋଲିବା ପରେ ସ୍ପଷ୍ଟ ହୋଇଯାଆନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe