NDTV.com
ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦର ଆଦାନିକୁ ବିକ୍ରି କରିବା ଲାଗି ଆମ ଉପରେ କେହି ଚାପ ପକାଇନଥିଲେ। ଆଦାନି ଗ୍ରୁପ୍ରୁ କିମ୍ବା ଅନ୍ୟ କୌଣସି ଆଡ଼ୁ ଆମ ଉପରେ କିଛି ଚାପ ନଥିଲା ବୋଲି ପୂର୍ବରୁ ମୁମ୍ବାଇ ବିମାନବନ୍ଦରର ପରିଚାଳନା କରୁଥିବା ସଂସ୍ଥା ଜିଭିକେର ଉପାଧ୍ୟକ୍ଷ ସଞ୍ଜୟ ରେଡ୍ଡି କହିଛନ୍ତି। ସିବିଆଇ ଓ ଇଡି ଭଳି ସଂସ୍ଥାକୁ ବ୍ୟବହାର କରି ଜିଭିକେଠାରୁ ମୁମ୍ବାଇ ବିମାନବନ୍ଦରକୁ ଛଡ଼ାଇ ନିଆଯାଇଥିଲା ଓ ତାହାକୁ ସରକାର ଆଦାନିକୁ ଦେଇଥିଲେ ବୋଲି ଲୋକସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ। ସେହି ଅଭିଯୋଗକୁ ଜିଭିକେର ଶ୍ରୀ ରେଡ୍ଡି ଖଣ୍ଡନ କରିଛନ୍ତି।
Follow Us