International Monetary Fund's Economic Counsellor and Research Department Director Raghuram Rajan answers a question during a press conference on the World Economic Outlook (WEO) at the Suntec Covention Center in Singapore September 14, 2006. The IMF and the World Bank normally meet once a year in the autumn for a two-day plenary session to discuss the work of their respective institutions. IMF Staff Photo/Stephen Jaffe
ନ୍ୟୁୟର୍କ: ୨୦୧୭ ମସିହା ପାଇଁ ଭେଷଜ ବିଜ୍ଞାନ ଠାରୁ ଆରମ୍ଭ କରି ଶାନ୍ତି ପର୍ଯ୍ୟନ୍ତ ୫ଟି କ୍ଷେତ୍ରର ନୋବେଲ ପୁରସ୍କାର ଘୋଷଣା ହୋଇସାରିଲାଣି। କେବଳ ବାକି ରହିଛି ଅର୍ଥନୀତି। ଆସନ୍ତା ସୋମବାର ଷ୍ଟକହୋମ୍ରେ ଏହି ପୁରସ୍କାର ବିଜେତାଙ୍କ ନାମ ଘୋଷଣା ହେବ। ତେବେ ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ ପୁରସ୍କାର ପାଇବାକୁ ହକ୍ଦାର ଥିବା କେତେକ ଅର୍ଥନୀତିଜ୍ଞଙ୍କ ନାମ ଚର୍ଚ୍ଚା ହେବା ଆରମ୍ଭ ହୋଇଯାଇଛି। ଏମାନଙ୍କ ମଧ୍ୟରେ ଆର୍ବିଆଇର ପୂର୍ବତନ ଗଭର୍ଣ୍ଣର ତଥା ଚିକାଗୋ ବିଶ୍ୱବିଦ୍ୟାଳୟରେ ଏବେ ଅଧ୍ୟାପନା କରୁଥିବା ରଘୁରାମ ରାଜନ୍ଙ୍କ ନାମ ରହିଛି।
ଥମ୍ସନ୍ ରଏଟର୍ସର ଏକ ପୂର୍ବ ୟୁନିଟ୍ କ୍ଲାରିଭେଟ୍ ଆନାଲିଟିକ୍ସ ପକ୍ଷରୁ ଚଳିତବର୍ଷ ପାଇଁ ସମ୍ଭାବ୍ୟ ନୋବେଲ ବିଜେତାଙ୍କ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ଯେଉଁମାନଙ୍କ ନାମ ଏହି ସଂସ୍ଥା ରଖିଛି ସେମାନେ ହେଲେ କାଲିଫର୍ଣ୍ଣିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର କଲିନ୍ କ୍ୟାମେରର୍ ଏବଂ କେର୍ଣ୍ଣେଜି ମେଲନ୍ ବିଶ୍ୱବିଦ୍ୟାଳୟର ଜର୍ଜ ଲୋେଓ୍ଵନଷ୍ଟିନ୍, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ରବର୍ଟ ହଲ୍, ହାର୍ଭାର୍ଡର ମାଇକେଲ ଜେନ୍ସେନ୍ ଏବଂ ଏମ୍ଆଇଟିର ଷ୍ଟିଓ୍ଵାର୍ଟ ମେୟର୍ସ । ଏତଦ୍ବ୍ୟତୀତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜନ ଟେଲର, ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର ପଲ ରୋମର୍, ହାର୍ଭାର୍ଡର ମାର୍ଟିନ୍ ଫେଲଡଷ୍ଟିନ୍, ୟେଲ ବିଶ୍ୱବିଦ୍ୟାଳୟର ଓ୍ଵିଲିଅମ୍ ନୋର୍ଢ଼ସ୍, ହାର୍ଭାର୍ଡର ଡେଲ ଜର୍ଗେନ୍ସନ୍, ରବର୍ଟ ବ୍ୟାରୋ, ପିଟରସନ ଇନ୍ଷ୍ଟିଚ୍ୟୁଟ୍ ଫର୍ ଇଣ୍ଟରନ୍ୟାସନାଲ ଇକୋନୋମିକ୍ସର ଓଲିଭର ବ୍ଲାନ୍ଚାର୍ଡ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟର ରିଚାର୍ଡ ଥାଲେର୍। ରାଜନ୍ଙ୍କ ସମେତ ଏମ୍ଆଇଟିର ଷ୍ଟିଓ୍ଵାର୍ଟ ମେୟର୍ସ ଏବଂ ମାଇକେଲ ଜେନ୍ସେନ୍ କର୍ପୋରେଟ୍ ଫାଇନାନ୍ସରେ ନିଷ୍ପତ୍ତି ନେବାର ବିଭିନ୍ନ ଦିଗ ଉପରେ ଯେଉଁ ଗବେଷଣା କରିଛନ୍ତି ତାହାକୁ ସ୍ୱୀକୃତି ଦିଆଯାଇ ଏହି ପୁରସ୍କାର ପ୍ରଦାନ କରାଯାଇପାରେ।
ରାଜନ୍ ଯଦି ଅର୍ଥନୀତିରେ ନୋବେଲ ପୁରସ୍କାର ପାଆନ୍ତି ତାହେଲେ ଅମର୍ତ୍ତ୍ୟ ସେନ୍ଙ୍କ ପରେ ସେ ହେବେ ଦ୍ୱିତୀୟ ଭାରତୀୟ। ୧୯୦୧ ମସିହାରୁ ଯଦିଓ ନୋବେଲ ପୁରସ୍କାର ଅନ୍ୟ ବିଷୟ ଗୁଡ଼ିକରେ ପ୍ରଦାନ କରାଯାଉଛି ଅର୍ଥନୀତି ପାଇଁ ୧୯୬୮ ମସିହାରେ ଏହି ପୁରସ୍କାର ପ୍ରଦାନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏ ପର୍ଯ୍ୟନ୍ତ ଅର୍ଥନୀତିରେ ୭୮ ଜଣଙ୍କୁ ଏହି ପୁରସ୍କାର ଦିଆଯାଇ ସାରିଲାଣି। ଗତବର୍ଷ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟର ଓଲିଭର ହାର୍ଟ ଏବଂ ଏମ୍ଆଇଟିର ବି. ହୋଲଷ୍ଟ୍ରମ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଦାନ କରାଯାଇଥିବା ସମୁଦାୟ ପୁରସ୍କାର ମଧ୍ୟରୁ ୪୮ଟି ପୁରସ୍କାରକୁ ୨ ଜଣ କିମ୍ବା ୩ ଜଣ ଲେଖାଏଁ ପାଇଛନ୍ତି। ୨୦୦୯ ମସିହାରେ ଏକମାତ୍ର ମହିଳାଭାବେ ଏଲିନର ଓଷ୍ଟ୍ରମ୍ ଏହି ପୁରସ୍କାର ପାଇଛନ୍ତି।
Follow Us