ବଜାରରେ ‘ନୋକିଆ ୨’ ସ୍ମାର୍ଟଫୋନ୍‌

Advertisment
ବଜାରରେ ‘ନୋକିଆ ୨’ ସ୍ମାର୍ଟଫୋନ୍‌

ଭୁବନେଶ୍ୱର: ଏଚଏମଡି ଗ୍ଲୋବାଲ ପକ୍ଷରୁ ନୋକିଆ ୨ ସ୍ମାର୍ଟଫୋନ୍‌କୁ ଭାରତୀୟ ବଜାରରେ ଉନ୍ମୋଚନ କରାଯାଇଛି। ଏହାର ବ୍ୟାଟେରି ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ରହିବ। ପାଞ୍ଚ ଇଞ୍ଚ ସ୍କ୍ରିନ୍‌ ଥିବା ଏହି ଫୋନ୍‌ରେ କ୍ୱାଲାକମ ସ୍ନାପଡ୍ରାଗନ ପ୍ରୋସେସର ରହିଛି। ଏହି ଆଣ୍ଡ୍ରଏଡ୍‌ ଫୋନ୍‌ଟି ବିଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି। ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ୯୯ ଡଲାର ଥିବା ବେଳେ ଭାରତରେ ତାହା ୭୪୦୦ ଟଙ୍କା ପାଖାପାଖି ରହିବ। ଏହି ଫୋନ୍‌କୁ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ମୁଖ୍ୟ ଉତ୍ପାଦ ଅଧିକାରୀ ଜୁହୋ ସାରଭିକାଶ ଏବଂ କ୍ୱାଲ୍‌କମ୍‌ର ସଭାପତି-ଭାରତ ଲ୍ୟାରି ପଲ୍‌ସନ୍‌ ଉନ୍ମୋଚନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe