Mint
ନୂଆଦିଲ୍ଲୀ : ଗାଡ଼ି କିଣିବା ବେଳେ ଜଣଙ୍କୁ ନୋମିନି ଭାବେ ସାମିଲ କରିବାକୁ ପଡ଼ିବ। ନୋମିନିଙ୍କ ନାମ ଗାଡ଼ି ପଞ୍ଜୀକରଣ ସାର୍ଟିଫିକେଟ୍ରେ ରହିବ। କୌଣସି ସମୟରେ ଯଦି ଗାଡ଼ିର ପ୍ରକୃତ ମାଲିକଙ୍କ ମୃତ୍ୟୁ ହୁଏ ତେବେ ନୋମିନିଙ୍କ ଜରିଆରେ ସୁବିଧାରେ ଗାଡ଼ିର ପଞ୍ଜୀକରଣକୁ ଅନ୍ୟ ଜଣଙ୍କ ନାମକୁ ସ୍ଥାନାନ୍ତର କରାଯାଇପାରିବ। ଏହାକୁ ବିଚାରକୁ ନେଇ ଗାଡ଼ି ପଞ୍ଜୀକରଣ ବେଳେ ନୋମିନିଙ୍କ ନାମ ସାମିଲ କରିବା ଲାଗି ବ୍ୟବସ୍ଥା କରିବାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି।
Follow Us