ନୋମୁରା ରିପୋର୍ଟ: ଏ ଦଶନ୍ଧି ଭାରତର

Advertisment

ଭାରତ ଏସିଆର ନୂଆ ‘ହାଇ-ଫ୍ଲାଇଂ ଗିଜ୍’, ୨୦୩୦ ପର୍ଯ୍ୟନ୍ତ ବାର୍ଷିକ ୬.୬% ହାରରେ ବଢ଼ିବ

ଭାରତ ଏସିଆର ନୂଆ ‘ହାଇ-ଫ୍ଲାଇଂ ଗିଜ୍’, ୨୦୩୦ ପର୍ଯ୍ୟନ୍ତ ବାର୍ଷିକ ୬.୬% ହାରରେ ବଢ଼ିବ

ନୋମୁରା ରିପୋର୍ଟ: ଏ ଦଶନ୍ଧି ଭାରତର

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୯-୩୦ ପର୍ଯ୍ୟନ୍ତ ଭାରତ ବାର୍ଷିକ ହାରାହାରି ୬.୬ ପ୍ରତିଶତ ହାରରେ ଆଗକୁ ବଢ଼ିବ। ଏସିଆର ଅନ୍ୟ କୌଣସି ଦେଶ ଭାରତ ଭଳି ଦ୍ରୁତ ଗତିରେ ଆଗକୁ ବଢ଼ିପାରିବେ ନାହିଁ। ଏଭଳିକି ଚୀନ୍‌ ବି ଭାରତ ପାଖାପାଖି ପହଞ୍ଚିପାରିବନି। ଏଭଳି ଆକଳନ କରିଛି ଜାପାନର ସଂସ୍ଥା ନୋମୁରା। ଏହା କହିଛି ଯେ ଏହି ଦଶନ୍ଧି ଭାରତର ହେବ। ବହୁତ ବିଷୟ ଭାରତ ସପକ୍ଷରେ ରହିଛି ଯାହା ଏହାକୁ ଦୀର୍ଘ ସମୟ ପାଇଁ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ କରି ରଖିବ। ୨୦୦୯-୧୦ ବେଳେ ଭାରତ ଯେଉଁ ଭଳି ଉଚ୍ଚ ଅଭିବୃଦ୍ଧି ହାସଲ କରୁଥିଲା, ଆଗାମୀ ଦିନରେ ସେହିଭଳି ପର୍ଯ୍ୟାୟରେ ରହିବ।

ନୋମୁରା ରିପୋର୍ଟରେ ଏସିଆର ‘ହାଇ-ଫ୍ଲାଇଙ୍ଗ୍‌ ଗିଜ୍’ (ବହୁ ଉଚ୍ଚରେ ଉଡ଼ୁଥିବା ଏକପ୍ରକାର ଜଳହଂସ) ମୁକୁଟ ଭାରତକୁ ମିଳିବ ବୋଲି ଆକଳନ କରାଯାଇଛି ଯାହା ବର୍ତ୍ତମାନ ଚୀନ୍‌ ପାଖରେ ରହିଛି। ୧୯୩୦ରେ ଜାପାନର ଅର୍ଥନୀତିଜ୍ଞ କାନାମେ ଆକାମାସୁ ଏହି ଶବ୍ଦର ଆବିସ୍କାର କରିଥିଲେ। ଏସିଆରେ ଆଗାମୀ ଦିନରେ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ଯାଉଥିବା ଦେଶକୁ ଏହି ମୁକୁଟ ପ୍ରଦାନ କରାଯାଉଛି। ୧୯୭୦ରୁ ୧୯୯୦ ମଧ୍ୟରେ ଜାପାନ ଅର୍ଥନୀତି ଏହାର ଚମକ ହରାଇଥିବା ବେଳେ ଦକ୍ଷିଣ କୋରିଆ, ହଂକଂ ଓ ସିଙ୍ଗାପୁର ଆଗକୁ ବଢ଼ିଥିଲେ। ୧୯୯୭ ବେଳକୁ ସେମାନେ ମଧ୍ୟ ଚମକ ହରାଇଥିଲେ ଓ ଚୀନ୍‌ ଏସିଆ ଅର୍ଥନୀତିର ନେତୃତ୍ବ ନେଇଥିଲା। ୨୦୨୩ରେ ମଧ୍ୟ ଚୀନ୍ ସେହି ସ୍ଥାନରେ ରହିଛି। କିନ୍ତୁ ନୋମୁରା ଅର୍ଥନୀତିଜ୍ଞମାନେ କହିଛନ୍ତି ଯେ ସି ଜିନ୍‌ପିଙ୍ଗ୍‌ଙ୍କ ଦେଶ ଚୀନ୍‌ ସ୍ବଳ୍ପ ମୂଲ୍ୟର ଉତ୍ପାଦନ ହବ୍‌ ଭାବେ ନିଜର ଗୁରୁତ୍ବ ହରାଉଛି। ଭୂ-ରାଜନୈତିକ ସଙ୍କଟ ମଧ୍ୟ ଏହାକୁ ପ୍ରଭାବିତ କରିଛି। ଚୀନ୍‌ରୁ ଅନ୍ୟତ୍ର ଯିବାକୁ ଚାହୁଥିବା କଂପାନିଗୁଡ଼ିକ ଭାରତ, ଇଣ୍ଡୋନେସିଆ. ଓ ଫିଲିପାଇନ୍ସ ଭଳି ଦେଶରେ ନିଜ କାରଖାନା ସ୍ଥାପନ କରିବାକୁ ଚାହୁଛନ୍ତି। ଫଳରେ ଏହି ଦେଶଗୁଡ଼ିକ ନୂଆ ହାଇ-ଫ୍ଲାଇଙ୍ଗ୍‌ ଗିଜ୍ ଭାବେ ଉଭା ହୋଇଛନ୍ତି।

ନୋମୁରା କହୁଛି ଯେ ଏଭଳି ‌ଅନେକ ବିଷୟ ରହିଛି ଯାହା ଭାରତ ସପକ୍ଷରେ କାମ କରୁଛି। ସେଗୁଡ଼ିକ ହେଉଛି ସ୍ଥିର ରାଜନୈତିକ ସ୍ଥିତି, ସଂସ୍କାର ଉପରେ ଗୁରୁତ୍ବ, ଟିକସ ବ୍ୟବସ୍ଥାର ସରଳୀକରଣ ଓ ପିଏଲ୍‌ଆଇ ସ୍କିମ୍। ଗତ କିଛି ବର୍ଷ ଭିତରେ ଭାରତରେ ବ୍ୟାଙ୍କ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକ ନିଜ ଦୁର୍ବଳତ‌ାକୁ ଦୂର କରି ବେଶ ସୁଦୃଢ଼ ହୋଇଛନ୍ତି। ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଓ କଠୋର ମୁଦ୍ରାନୀତିକୁ ବାଦ ଦେଲେ ଭାରତ ପ୍ରତି ସେଭଳି କିଛି ବଡ଼ ଧରଣର ବିପଦ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe