ଦାବିଦାର ନଥିବା ପାଣ୍ଠି ମାମଲା: କେନ୍ଦ୍ର, ରିଜର୍ଭ ବ୍ୟାଙ୍କକୁ ସୁପ୍ରିମକୋର୍ଟ ନୋଟିସ୍‌

Advertisment
ସୁପ୍ରିମ୍‌କୋର୍ଟରେ ଭିଭିପିଏଟି ଶୁଣାଣି: ନିର୍ବାଚନ କମିସନ ଉପରେ ଭରସା ରଖ

Image Courtesy of The Times of India

ନୂଆଦିଲ୍ଲୀ : ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ, ବୀମା କଂପାନି ଓ ଡାକ ଘର ଆଦିରେ ପଡ଼ିରହିଥିବା ଦାବିଦାର ନଥିବା ପାଣ୍ଠି ପାଇଁ ଏକ ଅନ୍‌ଲାଇନ୍‌ ଡାଟାବେସ୍ ପ୍ରସ୍ତୁତ କରିବା ଦାବି କରି ରୁଜୁ ହୋଇଥିବା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମ୍‌କୋର୍ଟ। ଏନେଇ କୋର୍ଟ କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କକୁ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ୍‌ ଏ ଏସ୍‌ ନାଜିର ଓ ଜେ କେ ମାହେଶ୍ବରୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଛି।

ଏହି ମାମଲାରେ ପୁଞ୍ଜି ବଜାର ନିୟାମକ ସଂସ୍ଥା ସେବି ଓ ଅନ୍ୟ କିଛି ପକ୍ଷକୁ ମଧ୍ୟ ନୋଟିସ୍ ଜାରି କରାଯାଇଛି। ସାମ୍ବାଦିକା ସୁଚେତା ଦଲାଲ ଏହି ମାମଲା ଦାୟର କରିଥିଲେ। ଆବେଦନକାରୀଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରଶାନ୍ତ ଭୂଷଣ କୋର୍ଟଙ୍କୁ ଜଣାଇଛନ୍ତି ‌ଯେ ୧୯୯୯ରେ ନିବେଶକ ଶିକ୍ଷା ସୁରକ୍ଷା ପାଣ୍ଠି ଆରମ୍ଭ ହେବା ବେଳେ ସେଥିରେ ୪୦୦ କୋଟି ଟଙ୍କା ଥିଲା। ୨୦୨୦ ମାର୍ଚ୍ଚ ସୁଦ୍ଧା ସେହି ରାଶି ୧୦ ଗୁଣା ବୃଦ୍ଧି ପାଇ ୪,୧୦୦ କୋଟି ଟଙ୍କା ହୋଇଛି। ଦାବିଦାର ନଥିବା ଖାତାଗୁଡ଼ିକର ନାମ, ଠିକଣା ଓ ଶେଷ କାରବାର ତାରିଖ ଆଦିକୁ ନେଇ ଏକ ଅନଲାଇନ୍ ଡାଟ‌ାବେସ୍ ପ୍ରସ୍ତୁତ ହେବା ଦରକାର। ତାହା ଜରିଆରେ ସେମାନଙ୍କ ସମ୍ପର୍କୀୟମାନେ ସେହି ପାଣ୍ଠି ବିଷୟରେ ଜାଣିପାରିବେ ଓ ତାହା ପାଇବା ଲାଗି ଦାବି କରିପାରିବେ ବୋଲି ସେ କୋର୍ଟଙ୍କୁ କହିଛନ୍ତି। ନିସ୍କ୍ରିୟ ଖାତା ବିଷୟରେ ବ୍ୟାଙ୍କଗୁଡ଼ିକ ବାଧ୍ୟତାମୂଳକ ଭାବେ ରିଜର୍ଭ ବ୍ୟାଙ୍କକୁ ସୂଚନା ଦେବା ଦରକାର ବୋଲି ଆବେଦନକାରୀ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe