Times of India - Indiatimes.com
ନୂଆଦିଲ୍ଲୀ: ଷ୍ଟାଭେଞ୍ଜରଠାରେ ଚାଲିଥିବା ନରୱେ ଚେସ୍ ପ୍ରତିଯୋଗିତାର କ୍ଲାସିକାଲ ବର୍ଗ ସପ୍ତମ ରାଉଣ୍ଡରେ ପୂର୍ବତନ ବିଶ୍ବ ବିଜେତା ବିଶ୍ବନାଥନ ଆନନ୍ଦ ବିଜୟ ହାସଲ କରିଥିଲା ବେଳେ ବିଜେତା ମାଗ୍ସନ୍ କାର୍ଲସେନ୍ ପରାଜୟର ସାମ୍ନା କରିଛନ୍ତି। ଏଡି ରାଉଣ୍ଡରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆନନ୍ଦ ଆର୍ମେଗେଡନ (ସଡନ୍ଡେଥ୍) ଜରିଆରେ ଆଜରବୈଜାନ୍ର ତିମୁର ରାଜାବୋଭ୍ଙ୍କୁ ପରାସ୍ତ କରିଥିଲା ବେଳେ ନରୱେ ଗ୍ରାଣ୍ଡମାଷ୍ଟର କାର୍ଲସେନ୍ କିନ୍ତୁ ନିଜ ଦେଶର ଆର୍ଯ୍ୟନ ତାରିଙ୍କଠୁ ହାରିଯାଇଛନ୍ତି। ବିଜୟ ସତ୍ତ୍ବେ ଆନନ୍ଦ (୧୩ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ତାଙ୍କଠୁ ଅଧପଏଣ୍ଟ ଅଧିକ ସହ କାର୍ଲସେନ୍ (୧୩.୫) ଶୀର୍ଷରେ ଅପରିବର୍ତିତ ରହିଛନ୍ତି। ଆଜରବୈଜାନ୍ର ସାଖ୍ରିୟାର ମାମେଦ୍ୟାରୋଭ (୧୧.୫) ଏହି ରାଉଣ୍ଡରେ ଅନିଶ ଗିରିଙ୍କୁ ପରାସ୍ତ କରି ତୃତୀୟକୁ ଉଠିଛନ୍ତି। ଆମେରିକାର ୱେସ୍ଲି ସୋ’ଙ୍କୁ ପରାସ୍ତ କରି ଫ୍ରାନ୍ସର ମାକ୍ସିମେ ଭାଚିଅର ଲାଗ୍ରାଭେ ମାମେଦ୍ୟାରୋଭଙ୍କ ସହ ସମାନ ପଏଣ୍ଟରେ ରହିଛନ୍ତି। ସେହିପରି ଚୀନ୍ର ୱାଙ୍ଗ୍ ହୋ ଆର୍ମେଗେଡନ୍ ଜରିଆରେ ଭାସେଲିନ୍ ଟୋପାଲୋଭଙ୍କୁ ପରାସ୍ତ କରିଥିଲେ।
Follow Us